ଅନୁକରଣାତ୍ମକ ଭାବନା ପରିତ୍ୟାଗ କରି ସୃଜନଶୀଳ ହେଲେ ମଣିଷ ଅନନ୍ତ ସ୍ଵର୍ଣ୍ଣମ ସମ୍ଭାବନାର ସଫଳ ଚିତ୍ରକର ହୋଇପାରିବ ।

କେସିଙ୍ଗା-୧୮/୧ (ପ୍ରଫୁଲ୍ଲ ସାହୁ) କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ -୨୦୨୬ ‘ଉଡାନ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ମହାବିଦ୍ୟାଳୟ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ଏଭରେଷ୍ଟ ଆରୋହଣକାରୀ ଶ୍ରୀ ଯୋଗବ୍ୟାସ ଭୋଇ ଦୃଢ ଇଚ୍ଛା ଶକ୍ତି ଓ ଅନୁପମ ଉଦ୍ୟମ ବଳରେ ଆମେ ଆମ ଇପସିତ ସଫଳତାର ସୋପାନକୁ ଆରୋହଣ କରିପାରିବା ବୋଲି ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଗିନିଜ୍ ବୁକ ଅଫ ରେକର୍ଡ ହାସଲକାରୀ ଡଃ ସତ୍ୟପୀର ପଧାନ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ସାହୁ ତଥା ବିଦ୍ୟାଳୟ ସଭାପତି ଶ୍ରୀ ଶିବ ପ୍ରସାଦ ସାହୁ ଯୋଗଦାନ କରି ଶିକ୍ଷାର୍ଥୀମାନଙ୍କୁ ନିଜ ଜୀବନର ସ୍ଵପ୍ନ ହାସଲ ନିମନ୍ତେ ସଶକ୍ତିକରଣ ମନ୍ତ୍ରରେ ଦୀକ୍ଷିତ ହୋଇ ‘ଉଡାନ୍’ ଭରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ ଅରୁଣିମା’ ଉନ୍ମୋଚିତ ହୋଇଥିଲା ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ସଭାପତିତ୍ଵ କରି ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ଆକାଂକ୍ଷୀ ପାଠ୍ୟକ୍ରମ ଅନ୍ତର୍ଗତ ସାହିତ୍ୟ ସୃଜନୀ , କୌଶଳୀ , କ୍ରୀଡ଼ାଙ୍ଗନ , ଜିଜ୍ଞାସା ବିଭାଗ ଦ୍ଵାରା ପରିବେଷଣ ଓ ପ୍ରଦର୍ଶନୀ ଶାଳା ଆୟୋଜନ କରା ଯାଇଥିଲା ଅରୁସ୍ମିତାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷକ ଶ୍ରୀ ଜି. କ୍ରିଷ୍ଣା ରେଡି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *