କେସିଙ୍ଗା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

କେସିଙ୍ଗା-୧୭/୧(ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ତା. ୯ ରୁ ୧୬ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହୋଇଯାଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିବା ଉକ୍ତ ଉଦଯାପନୀ ଉତ୍ସବରେ ଅନେକ ଛାତ୍ରୀ, ଅଧାପକ, ଅଧ୍ୟାପିକା ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶ୍ରୀ ପାଢ଼ୀ ପ୍ରଶିକ୍ଷିତ ଛାତ୍ରୀମାନଙ୍କୁ ପ୍ରଶିକ୍ଷିଣର ସଦୁପଯୋଗ କରିବା, ଯେକୌଣସି ଅସ୍ୱାଭାବିକ ପରିସ୍ଥିତିକୁ ଦାମ୍ଭିକତାର ସହ ମୁକାବିଲା କରିବା, ତାଲିମ ନେଇଥିବା କୌଶଳର ଅପବ୍ୟବହାର ନ କରିବା ଭଳି ଉପଦେଶାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ l ଉକ୍ତ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିରର ଭାର ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ଦୋରା ତୁଲାଇଥିବାବେଳେ, ମାଷ୍ଟର ଟ୍ରେନର ତପସ୍ୱିନୀ ମାଝୀ ଓ ନେପୂରା ମାଝୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଉକ୍ତକାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ଅଶ୍ୱିନୀ ପାଇକରାୟ ଉପସ୍ଥିତ ଥିବାବେଳେ, ପ୍ରଶିକ୍ଷଣ ନେଇଥିବା ଛତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *