କେସିଙ୍ଗା- ୧୫/୮ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ କେସିଙ୍ଗା ଦ୍ୱାରା ୱାର୍ଡ ନଂ ୧୦ ସ୍ଥିତ କାର୍ଯ୍ୟାଳୟ ଠାରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି! ଏଥିରେ ସଚେତନ ନାଗରିକ ମଞ୍ଚ ସଭାପତି ଗୋବିନ୍ଦ ବନଛୋର ଜାତୀୟ ପତାକା ଉତ୍ତୋଳନ କରିଥିଲେ! ପରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା! ଏହି ଅବସରରେ ସଭାପତି ଶ୍ରୀ ବନଛୋର ମହାନ ସ୍ୱାଧୀନତା ସଂଗ୍ରାମୀଗଣଙ୍କ ତ୍ୟାଗ ଓ ବଳିଦାନ ବଳରେ ଆଜି ଆମେ ଖୋଲା ଆକାଶ ତଳେ ବଞ୍ଚିପାରୁଛୁ ବୋଲି ସ୍ମୃତିଚାରଣ କରିଥିଲେ ଏବଂ ସଚେତନ ନାଗରିକ ମଞ୍ଚ କିପରି ଅଞ୍ଚଳ ର ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ଓ କେସିଙ୍ଗା ଅଞ୍ଚଳବାସୀଙ୍କ ଉନ୍ନତିରେ ଏକ ମାଇଲ ଖୁଣ୍ଟ ଭାବେ ଅଞ୍ଚଳ ର ସାମଗ୍ରିକ ବିକାଶ ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ସେନେଇ ଆଲୋକପାତ କରିଥିଲେ! ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଉପସଭାପତି ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ, ରଘୁରାଜ ସିଂହ ସାଧାରଣ ସମ୍ପାଦକ ଟିକେମନ ଦୀପ ଉପଦେଷ୍ଟା ଜାକିର ହୁସେନ, ପ୍ରଶାନ୍ତ ବାନାର୍ଜୀ, ଶ୍ରୀନିବାସ ନାଇଡ଼ୁ ସଚେତନ ନାଗରିକ ମଞ୍ଚ ମିଡ଼ିଆ ସେଲ ମୁଖ୍ୟ ଦୟାନିଧି ସୁନାନୀ, ମହମ୍ମଦ ଆଗାଜାନ କୋଷାଧକ୍ଷ ଚମ୍ପକ ସାହା, କାର୍ଯ୍ୟକାରୀ ସଦସ୍ୟ ନୀଳ ମହଲା, ରିଷଭ ଜୈନ, ରଞ୍ଜନ ବେହେରା,ଶେଷଦେବ ମାଝୀ, ଅନିଲ ଜୈନ, ବଂଶୀପାଣି ସାହା, ରମେଶ ପ୍ରଧାନ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ!