କେସିଙ୍ଗା-୨୭/୧ ସମୃଦ୍ଧି ଓଡିଶା (ପ୍ରଫୁଲ୍ଲ ସାହୁ) କଳାହାଣ୍ଡିର ଯୁବ ସମାଜସେବୀ ଗୋପାଳ ନାଏକ। ଭୁବନେଶ୍ୱର ଠାରେ ଆୟୋଜିତ ୨୦୨୬ ଆଦିବାସୀ ମେଳା ଅବସରରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ମସକାଦାଣ୍ଡି ଗ୍ରାମର ଯୁବକ ଗୋପାଳ ନାଏକ, ପିତା କୃଷ୍ଣଚନ୍ଦ୍ର ନାଏକ, ତାଙ୍କର ନିଷ୍ଠାପୂର୍ଣ୍ଣ ସାମାଜିକ ସେବା ଓ ବଞ୍ଜରା ପରମ୍ପରାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସମ୍ମାନିତ ହୋଇଛନ୍ତି।
ଗୋପାଳ ନାଏକ ଦୀର୍ଘ ବର୍ଷ ଧରି ବଞ୍ଜରା ସମାଜର ସଂସ୍କୃତି, ପରମ୍ପରା ଓ ସାମାଜିକ ଉନ୍ନତି ପାଇଁ ଅଗ୍ରଣୀ ଭୂମିକା ନେଇଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ଦୃଷ୍ଟିରେ ରଖି SSD ଡିପାର୍ଟମେଣ୍ଟ ଓ ATLC ଭୁବନେଶ୍ୱର ଦ୍ୱାରା ମୋନୋନୀତ ହୋଇ ସେ ସମ୍ମାନ ପାଇଛନ୍ତି।
ଆଦିବାସୀ ମେଳାର ଉଦ୍ଯାପନୀ ଦିବସରେ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରୁ ପୁରସ୍କାର ଗ୍ରହଣ କରିବା ସହ ଏହି ସମ୍ମାନ ଗୋଟିଏ ଐତିହାସିକ ମୁହୂର୍ତ୍ତ ରୂପେ ପରିଣତ ହୋଇଛି। ଏହି ଖବର ଗ୍ରାମରେ ପହଞ୍ଚିବା ସହିତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା। ବିଶେଷକରି ବଞ୍ଜରା ଆଦିବାସୀ ସମାଜ ମଧ୍ୟରେ ଉତ୍ସାହ ଓ ଗର୍ବର ମହଲ ଦେଖିବାକୁ ମିଳିଥିଲା।
ନିଜ ଜନ୍ମମାଟିକୁ ଫେରିବା ପରେ ଗୋପାଳ ନାଏକ ପ୍ରଥମେ ମସକାଦାଣ୍ଡି ଗ୍ରାମର ଶୈବପୀଠ ଶିବ ମନ୍ଦିରରେ ଦର୍ଶନ କରିଥିଲେ। ତା’ପରେ ଗ୍ରାମବାସୀମାନେ ଫୁଲମାଳ, ବାଜା ଓ ପାରମ୍ପରିକ ଆତିଥ୍ୟ ସହ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଆଜି ଗୋପାଳ ନାଏକ କେବଳ ବଞ୍ଜରା ସମାଜ ନୁହେଁ, ସମଗ୍ର ଯୁବ ପିଢ଼ି ପାଇଁ ଏକ ପ୍ରେରଣାର ପ୍ରତୀକ ହୋଇଉଠିଛନ୍ତି
ବଞ୍ଜରା ସମାଜ ପାଇଁ ଗର୍ବ ଓ ଗୌରବ ହୋଇଉଠିଛନ୍ତି











Leave a Reply