ଭବାନୀପାଟଣା ଭିଜିଲାନ୍ସ କୋର୍ଟରେପାଷ୍ଟିକୁଡି ପିଇଓଙ୍କୁ ୩ ବର୍ଷ କାରାଦଣ୍ଡ

କେସିଙ୍ଗା-୧୮/୨ (ସମୃଦ୍ଧି ଓଡିଶା) ବୁଧବାର ଦିନ ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭବାନୀପାଟଣା ଶ୍ରୀ କ୍ଷ୍ୟାମା ପ୍ରସାଦ ଦୁରିଆ, ପୂର୍ବତନ ପିଇଓ, ଗୋପାଳପୁର ଜିପି, ଥାନା-ରାମପୁର ବ୍ଲକ, ଜିଲ୍ଲା-କଳାହାଣ୍ଡିଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସାଧାରଣ କାରାଦଣ୍ଡ ସହିତ ୫୦,୦୦୦ ଟଙ୍କା ଅର୍ଥଦଣ୍ଡ ଦେଇଛନ୍ତି। ସୂଚନା ଅନୁସାରେ, ଶ୍ରୀ ଦୁରିଆ ବର୍ତ୍ତମାନ କେସିଙ୍ଗା ବ୍ଲକର ପାଷ୍ଟିକୁଡି ଜିପିରେ ପିଇଓ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୨, ତାରିଖ ୨୦.୧୦.୨୦୨୧ ଅନ୍ତର୍ଗତ ମାମଲା ରଜୁ କରିଥିଲା।
ଅଭିଯୋଗ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୨୦,୦୦୦ ଟଙ୍କା ବିଲ୍ ପରିଶୋଧ ପାଇଁ ଜଣେ ହିତାଧିକାରୀଙ୍କଠାରୁ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଓ ଗ୍ରହଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଚାର୍ଜସିଟ୍ ଦାଖଲ ହୋଇଥିଲା।
କୋରାପୁଟ ଡିଭିଜନର ଭିଜିଲାନ୍ସର ଡିଏସ୍ପି ଶ୍ରୀ ସଦାନନ୍ଦ ପାଣି ମାମଲାର ତଦନ୍ତ କରିଥିବାବେଳେ, ସ୍ପେଶାଲ ପିପି ଶ୍ରୀ ସୁଧୀର କୁମାର ପଣ୍ଡା ଏବଂ ଶ୍ରୀ ଇମ୍ରାନ ଖାନ, ଭିଜିଲାନ୍ସ, ଭବାନୀପାଟଣା ଅଭିଯୋଜନ ପକ୍ଷରୁ ମାମଲା ପରିଚାଳନା କରିଥିଲେ।
ଦୋଷୀ ସାବ୍ୟସ୍ତ ହେବା ପରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଶ୍ରୀ ଦୁରିଆଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *