ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୬ ପାଳିତ

କେସିଙ୍ଗା-୬/୦୧ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୬ ପାଳିତ ହୋଇଯାଇଛି। ସଭାପତି ତଥା ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ କଳାହାଣ୍ଡି ଇ.ସରୋଜ ସାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇ। ସମ୍ମାନିତ ଅତିଥି ଭାବେ ଏମ୍‌.ରାମପୁର ସହ ନିର୍ବାହୀ ଯନ୍ତ୍ରୀ ଜୀତେନ୍ଦ୍ର କ୍ଷେସ, ଜୟପାଟଣା ସହ ନିର୍ବାହୀ ଯନ୍ତ୍ରୀ ତପନ କୁମାର ଦାସ, ଭବାନୀପାଟଣା ସହ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ଚୋଧୂରୀ ପ୍ରମୁଖ ଅତିଥିମାନେ ଯୋଗଦେଇ ଥିଲେ। ବିଭିନ୍ନ ପାଣି ପଞ୍ଚାୟତର ସଭାପତି, ସମ୍ପାଦକ ଏବଂ କୃଷକ ଅଂଶ ଗ୍ରହଣ କରିଥିଲେ। ଏହି ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନରେ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ କଳାହାଣ୍ଡି ଇ.ସରୋଜ ଶା ପାଣିର ସଦୁପଯୋଗ କରିବା ସହ ପାଣି ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଲକ୍ଷ ଉପରେ ଆଲୋକପାତ କରିଥିଲେ। ଅତିଥି ଭାବେ ମଞ୍ଚାସିନ ଥିବା ଯନ୍ତ୍ରୀମାନେ ନିଜସ୍ବ ମତ ପ୍ରକାଶ କରିଥିଲେ। ଏହି ଅବସରରେ ପାଣି ପଞ୍ଚାୟତର ସଦସ୍ୟମାନେ ନିଜ ନିଜର ପାଣି ପଞ୍ଚାୟତର ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ନେଇ ଦାବି ଉପସ୍ଥାପନା କରିଥିଲେ।
କେସିଙ୍ଗା କ୍ଷୁଦ୍ର ଜଳ ସେଚନର ସହକାରୀ ଯନ୍ତ୍ରୀ ଜଗମୋହନ ନାଏକଙ୍କ ନେତୃତ୍ୱରେ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ ଏକ ପ୍ରତିଯୋଗିତା କରାଯାଇଥିଲା। କୃତି ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ସୁଧୀର ନାଏକ ମଞ୍ଚ ପରିଚାଳନା କରିଥିଲେ ଉପସ୍ଥିତ ସମସ୍ତ ଚାଷୀ ଓ ଅଧିକାରୀମାନେ ସହ ଭାଗୀ ଜଳସେଚନ ପରିଚାଳନା ଉପରେ ଶପଥ ପାଠ କରିଥିଲେ

Leave a Reply

Your email address will not be published. Required fields are marked *