ଦ ପଦମ କଶ୍ୟଥଳୀ , ଏକ୍ୟୁପ୍ରେସର କେନ୍ଦ୍ରର ଉଦ୍ଘାଟନ

କଳାହାଣ୍ଡି -୧୧/୨ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ବଡ଼ ପଡା, ହସ୍ପିଟାଲ ଛକ୍‌ ନିକଟରେ “ଦ ପଦମ କଶ୍ୟଥଳୀ ଏବଂ ଏକ୍ୟୁପ୍ରେସର କେନ୍ଦ୍ର” ର ଶୁଭ ଉଦ୍ଘାଟନ ଆଜି ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ବର୍ଗ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏହି କେନ୍ଦ୍ରର ଉଦ୍ଘାଟନ ସର୍ଜନ ଡ ଜଳନ୍ଧର ମେହେର ଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା। ଏହି କେନ୍ଦ୍ରରେ ପାରମ୍ପରିକ ପଦମ କଶ୍ୟଥଳୀ ଚିକିତ୍ସା ପ୍ରଣାଳୀ ସହ ଆଧୁନିକ ଏକ୍ୟୁପ୍ରେସର ଚିକିତ୍ସା ସେବା ଯୋଗାଇ ଦିଆଯିବ। ବିଭିନ୍ନ ପ୍ରକାରର ଦେହିକ ଯନ୍ତ୍ରଣା, ସ୍ନାୟୁ ସମସ୍ୟା, ଯୋଡ଼ ବେଦନା, ମାଇଗ୍ରେନ୍‌, ଓ ଅନ୍ୟାନ୍ୟ ଦୀର୍ଘକାଳୀନ ରୋଗର ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ରହିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଉଦ୍ଘାଟନ ଅବସରରେ ବକ୍ତାମାନେ କହିଥିଲେ ଯେ, ଏହି କେନ୍ଦ୍ର ସ୍ଥାନୀୟ ଲୋକମାନଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ଓ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଲଭ କରିବ। ବିଶେଷକରି ହସ୍ପିଟାଲ ଚକ୍‌ ନିକଟରେ ଅବସ୍ଥିତ ଥିବାରୁ ରୋଗୀମାନେ ସହଜରେ ଏହାର ସେବା ନେଇପାରିବେ।
ସ୍ଥାନୀୟ ଲୋକମାନେ ଏହି ନୂତନ ପ୍ରୟାସକୁ ସ୍ୱାଗତ କରି ଭବିଷ୍ୟତରେ ଏହା ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟ ସେବାରେ ନୂତନ ଦିଗ ଖୋଲିବ ବୋଲି ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *