କେସିଙ୍ଗା-୧୩/୨ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେସନ ରୁ ରାଜଧାନୀ ଭୁବନେଶ୍ୱରକୁ ସିଧା ଏକ ଟ୍ରେନ ଚଳାଚଳ ପାଇଁ ଏବଂ ଇସ୍ପାତ ଟ୍ରେନ କୁ ଟିଟିଲାଗଡ଼ ରୁ ଜୁନାଗଡ କୁ ସମ୍ପ୍ରସାରଣ ପାଇଁ ଦୀର୍ଘ ଦିନ ରୁ କେସିଙ୍ଗା ସିଟିଜେନ ଫୋରମ ର ସଭାପତି ତଥା ଜେଡ ଏସ ଏସ ର ସଦଦ୍ୟ ଡ଼.ହେମ ସାଗର ସାହା ଙ୍କ ସମେତ କଳାହାଣ୍ଡି ସାଂସଦ ମାଲବିକା ଦେବୀ,କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଏବଂ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାଶ ରେଳ ମନ୍ତ୍ରୀ ଅଶ୍ଵନି ବୈଷ୍ଣବ ଙ୍କୁ ଦୀର୍ଘ ଦିନରୁ ଦାବି ପତ୍ର ଦେଇ ଥିଲେ।କିନ୍ତୁ ଟିଟିଲାଗଡ଼ ରୁ ଜୁନାଗର୍ଡ କୁ ଇସ୍ପାତ ଟ୍ରେନ କୁ ସମ୍ପ୍ରସାରଣ ପାଇଁ ଡେପୁଟି କମରସିଆ ,କୋଚିଂ ଇଷ୍ଟ କୋଷ୍ଟ ରେଲୱେ ଭୁବନେଶ୍ୱର ର ସନ୍ଧିପ କୁମାର ଙ୍କକାର୍ଯ୍ୟାଳୟ ଚିଠି ନଂ 31/36 ,12.2.26 ଅନୁସାରେ ଇସ୍ପାତ ଟ୍ରେନ ନ 12871/12872 ହାୱାଡା -ଟିଟିଲାଗଡ ଇସ୍ପାତ ଟ୍ରେନ କୁ ସମ୍ପ୍ରସାରଣ ପାଇଁ ସମ୍ବଲପୁର ଡିଭିଜନ ର ସିନିୟର ଡିସିଏମ ଙ୍କୁ ଚିଠି ଦେଇଛନ୍ତି।ଏହି ଇସ୍ପାତ ଟ୍ରେନ ଆସନ୍ତା 19 ତାରିଖରେ ଜୁନାଗଡ ରେଳ ଷ୍ଟେସନରେ ଅପରାହ୍ନ 3 ଟା କଳାହାଣ୍ଡି ଏମ୍ ପି ମାଲବିକା ଦେବୀ ଙ୍କ ଦ୍ଵାରା ପତାକା ଦେଖାଇ ଉଦ୍ଘାଟନ କରିବା ପାଇଁ ଚିଠି ରେ ଉଲ୍ଲେଖ କରାଯାଇଛି। ଇସ୍ପାତ ଟ୍ରେନ ଟିଟିଲାଗଡ ରୁ ତିନି ଦିନ ଜୁନାଗଡ କୁ ସମ୍ପ୍ରସାରଣ କରାଯିବ। ଏହି ଟ୍ରେନ ଟିଟିଲାଗଡ ରୁବାହାରି କେସିଙ୍ଗା ,କାଣ୍ଡେଲ,ରୁପ୍ରା ,ନର୍ଲା, ଲାଞ୍ଜିଗଡ଼, ଦେଇ ଭବାନୀପାଟଣା ଦେଇ ଜୁନାଗଡ ରେ ପହଂଚିବ।ଏହି ଖବର ଜାଣିଲା ପରେକେସିଙ୍ଗା ସିଟିଜେନ ଫୋରମ ର ସଭାପତି ଡ଼. ହେମ ସାଗର ସାହା,ସମ୍ପାଦକ ବି ଚନ୍ଦ୍ରଶେଖର ଆଚାରି ଙ୍କ ସମେତ କଳାହାଣ୍ଡି ଜିଲା ରେଲୱେ ସଙ୍ଘ କେସିଙ୍ଗା ର ସଭାପତି ସୁବାଷ ଜୈନ, ସମ୍ପାଦକ, ସଦସ୍ୟ ତୁମେଶ୍ୱର ସାହୁ ,ଙ୍କ ସହ କେସିଙ୍ଗା ସହର ବାସୀ ରେଲୱେ ମନ୍ତ୍ରୀ ଅଶ୍ଵନି ବୈଷ୍ଣବ ,ସମ୍ବଲପୁର ଡିଭିଜନ ର ସିନିୟର ଡିସିଏମ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହା ସହ କେସିଙ୍ଗା ରୁ ଭୁବନେଶ୍ୱର କୁ ସିଧା ଏକ ନୂତନ ଟ୍ରେନ ଦେବା ପାଇଁ ସହରବାସୀ ରେଲୱେ ମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଇସ୍ପାତ ଟ୍ରେନ କୁ କେସିଙ୍ଗା ରେ ସ୍ୱାଗତ ସମ୍ପ୍ରସାରଣ କୁ ନେଇ କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ ସ୍ୱାଗତ











Leave a Reply