କେସିଙ୍ଗା-୧୨/୨ (ପ୍ରଫୁଲ୍ଲ ସାହୁ) ଗୁରୁବାର ଦିନ ଜବାହର ଉଚ୍ଚ ବିଦ୍ୟାପୀଠ, ବାଲସିର ଇକୋ କ୍ଲବ୍ ପକ୍ଷରୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସଚେତନତା ବୃଦ୍ଧି ପାଇଁ ଏକ ବିଶେଷ ପୋଖରୀ ପରିଷ୍କାର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ଶ୍ରୀ ଅଭୟ କୁମାର ଦେବତା ସଭାପତିତ୍ବ କରିଥିଲେ | ମୂଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ତଥା OSSTA ର ବ୍ଳକ ସମ୍ପାଦକ ଶ୍ରୀଯୁକ୍ତ ସମୀର କୁମାର ବେହେରା , ହେମନ୍ତ ବାଗ ,ତରୁଣ କାନ୍ତି ମିଶ୍ର ତଥା ଶୁଭମ କୁମାର ଦାଶ ଉପସ୍ଥିତ ଥିଲେ|
ଛାତ୍ର ଛାତ୍ରୀ ତଥା ଶିକ୍ଷା ମାନଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା |ବିଦ୍ୟାଳୟ ପରିସର ସମୀପସ୍ଥିତ ପୋଖରୀକୁ ଛାତ୍ରଛାତ୍ରୀମାନେ ଓ ଶିକ୍ଷକମାନଙ୍କ ସହଯୋଗରେ ପରିଷ୍କାର କରିଥିଲେ |କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟଶିକ୍ଷକ ଓ ଶିକ୍ଷକମଣ୍ଡଳୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ଜଣାଇଥିଲେ। ପୋଖରୀରେ ଜମା ହୋଇଥିବା ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଅବାଞ୍ଛିତ ପଦାର୍ଥ ହଟାଇ ପରିବେଶକୁ ସ୍ୱଚ୍ଛ କରାଯାଇଥିଲା।ଏହା ସହିତ ବିଦ୍ୟାଳୟ ପରିସର ଓ ପୋଖରୀ ପାର୍ଶ୍ୱରେ ବିଭିନ୍ନ ପ୍ରକାରର ଫଳ ଓ ଛାୟାଦାୟକ ଗଛର ଚାରାରୋପଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଗଛ ଲଗାଇ ସେଗୁଡ଼ିକର ଯତ୍ନ ନେବାକୁ ସଂକଳ୍ପ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇଥିବା ସହ ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛତା ଓ ସବୁଜୀକରଣ ପ୍ରତି ସଚେତନତା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା |ଉକ୍ତ କାର୍ଯ୍ୟକର୍ମ ରେ ହିନ୍ଦୀ ଶିକ୍ଷକ ଜୟଚନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ |
ଜବାହର ଉଚ୍ଚ ବିଦ୍ୟାପୀଠ, ବାଲସିର ଇକୋ କ୍ଲବ୍ ଦ୍ୱାରା ପୋଖରୀ ପରିଷ୍କାର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ











Leave a Reply