ଜିଲ୍ଲାର ଚାରିଜଣ କୃତୀ ସନ୍ତାନଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ ।

ଭବାନୀପାଟଣା, ୧୭/୦୧( ସମୃଦ୍ଧି ଓଡିଶା )- ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଚୟନ କରାଯାଇ କୃଷି କ୍ଷେତ୍ରରେ ଚାଷୀ ବିଶ୍ୱନାଥ ନାଗ, ବୈଦ୍ୟରାଜ ପବିତ୍ର ଶବର, କବି ସୀମାଞ୍ଚଳ ନାଗ, କ୍ରୀଡ଼ାବିତ ସନ୍ତୋଷ କୁମାର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି କଳାହାଣ୍ଡିର ବିକାଶପୁରୁଷ ଭାବେ ପରିଚିତ ସ୍ବର୍ଗତ ଦୟାନିଧି ନାଏକଙ୍କ ସ୍ମୃତିରେ ଚଳିତ ବର୍ଷରୁ ସ୍ବର୍ଗତ ଦୟାନିଧି ନାଏକ ସ୍ମାରକୀ ସମ୍ମାନ ଆରମ୍ଭ କରାଯାଇଛି। ପ୍ରଥମ ବର୍ଷରେ ଏହି ସ୍ମାରକୀ ସମ୍ମାନ ବର୍ଷିୟାନ ସମାଜସେବୀ ଅଶୋକ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ସ୍ୱତନ୍ତ୍ର ଭାବେ ସଙ୍ଗୀତଜ୍ଞ ଶଶାଙ୍କ ମହାପାତ୍ର, ଶୁଭେନ୍ଦୁ ପାଢ଼ୀ, ମତ୍ସ୍ୟ ଓ କୁକୁଡ଼ା ଚାଷୀ ଶରତଚନ୍ଦ୍ର ସାହୁ, ଆୟୁର୍ବେଦ ଚିକିତ୍ସକ ଯତୀନ୍ଦ୍ର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୬ ପରିଚାଳନା ଗଠିତ ୨୬ଗୋଟି ସବ କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *