କଳାହାଣ୍ଡି ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ଚୟନ

କେସିଙ୍ଗା ୮/୨(ସମୃଦ୍ଧି ଓଡିଶା) କଳାହାଣ୍ଡି ଜିଲା ର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ନୂତନ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ରବିବାର ବୋରିଙ୍ଗ ପଦର ସ୍ଥିତ ସାଇ ବୃନ୍ଦାବନ ଇନ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାଏକ ଯୋଗଦେଇଥିବା ବେଳେ ରାଜ୍ୟ ଉପସଭାପତି ଦୀପକ ରଞ୍ଜନ ଦାସ, ଜିଲ୍ଲା ସଭାପତି ବୀରେନ୍ଦ୍ର ବାଗ ଯୋଗଦେଇଥିଲେ । କେସିଙ୍ଗା ବ୍ଲକ ସଭାପତି ସୁରେନ୍ଦ୍ରକୁମାର ଦୋରା ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏହିବ୍ଲକର ଶିକ୍ଷକ ସଂଘ ର ସମ୍ପାଦକ ତପନ କୁମାର ଦାଶଙ୍କ ସମେତ , ଜିଲ୍ଲା କୋର କମିଟି ସଦସ୍ୟ, ୧୩ ଗୋଟି ବ୍ଲକ ର ସଭାପତି ସମ୍ପାଦକ ଏବଂ କାଉନସିଲ ମେମ୍ବରସ ଉପସ୍ଥିତ ରହି ନୂତନ କର୍ମକର୍ତା ଚୟନ କରାଯାଇ ଥିଲା ଜିଲ୍ଲା ସଭାପତି ଭାବେ ପଦ୍ମଲୋଚନ ନାଏକ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେଉପେନ୍ଦ୍ର ପଧାନ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର ଦୋରା, ଉପସଭାନେତ୍ରୀ ବସୁମତୀ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ, ଜିଲ୍ଲା ଯୁଗ୍ମସମ୍ପାଦକ ତରଙ୍ଗ ଚଣ୍ଡୀ, ସୁବାଷ ବାଗ, ବେଣୁଧର ବିଶ୍ୱାଳ, ଜିଲ୍ଲା ସଂଗଠନିକ ସମ୍ପାଦକ ଶିବପ୍ରସାଦ ଦାଶ, ଜିଲ୍ଲା ସଂଯୋଜକ କ୍ଷୀରସାଗର ସାହୁ, ଜିଲ୍ଲା କୋଷାଧକ୍ଷ ତପନ କୁମାର ବେହେରା ନିର୍ବାଚିତ ହୋଇଥିଲେ। ସି ଆର ସି ସି ଗୋବିନ୍ଦ ବାଗ ଏବଂ ବରିଷ୍ଠ ଶିକ୍ଷକ ବିକ୍ରମଦେବ ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ ଚନ୍ଦ୍ରଧ୍ୱଜ ନାଗ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ବ୍ଲକ ର ସମସ୍ତ ସି ଆର ସି ସି ,ବ୍ଲକ୍ ର ସଭାପତି ଓ ସଂପାଦକ ,ଜିଲ୍ଲା କର୍ମକର୍ତ୍ତାଙ୍କୁ ,ରାଜ୍ୟ ସଭାପତି ଓ ରାଜ୍ୟ ଉପସଭାପତି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ବ୍ଲକ ର ସମୂହ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି ଆର ସି ସି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *