ଡ୍ରେନ ରୁ ମିଳିଲା ଦୁଇ କନ୍ୟା ଭ୍ରୁଣ

କେସିଙ୍ଗା-୨୦/୨ (ସମୃଦ୍ଧି ଓଡିଶା) ପ୍ରଫୁଲ୍ଲ ସାହୁ -କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ୱାର୍ଡ ନଂ ୩ ତେତେଲଗଛ ପଡ଼ା ଡ୍ରେନ ରୁ ଦୁଇଟି ଅପିରିପକ୍ଵ ଭୃଣ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ କେସିଙ୍ଗା ସହରରେ ପ୍ରାୟ ପ୍ରତ୍ୟେକ ଦିନ ଏନ୍ ଏ ସି ପକ୍ଷରୁ ଭିନ୍ନ ଭିନ୍ନ ୱାର୍ଡ କୁ ଯାଇ ସଫେଇ କର୍ମଚାରୀ ମାନେ ଡ୍ରେନ ସଫା କରିଥାନ୍ତି । ସେହି କ୍ରମରେ ଶୁକ୍ରବାର ଦିନ ସ୍ଥାନୀୟ ୩ ନଂ ୱାର୍ଡ କୁ ଡ୍ରେନ ସଫା କରିବା ପାଇଁ କର୍ମଚାରୀ ମାନେ ଯାଇଥିଲେ । ତେତେଲଗଛ ପଡ଼ା ଡ୍ରେନ ସଫା କରିବା ସମୟରେ ଦୁଇ ଟି ଅବିକଶିତ ଭ୍ରୁଣ ଡ୍ରେନ ରେ ପଡ଼ିଥିବା ଦେଖି ଅଧିକାରୀ ଙ୍କୁ ଖବର ଦେଇଥିଲେ । ପରେ ସନ୍ଧ୍ୟା ସମୟରେ ୱାର୍ଡ ର କାଉନସିଲର ରୋହିତ ଜୈନ ପୋଲିସ ଷ୍ଟେସନ କୁ ଖବର ଦେବାପରେ ପୋଲିସ ଆସି ତଦନ୍ତ କରୁଥିବା ଜଣା ପଡ଼ିଛି। ଦିନକୁ ଦିନ ଲିଙ୍ଗ ଅନୁପାତ କମି କମି ଯାଉଥିବା ବେଳେ କନ୍ୟାଭ୍ରୁଣ ହତ୍ୟା କିଏ ବା କାହିଁକି କରୁଛି ଜାଣି ହେଉନାହିଁ। ଉକ୍ତ ଦୁଇ ଭୃଣ ହତ୍ୟା କାହାର ପାପ କାମ କୁ ଲୁଚାଇବା ର ପରିଣାମ ନା କନ୍ୟା ଭ୍ରୁଣ ବୋଲି କେହି ଜାଣି ଶୁଣି ଏମିତି କାଣ୍ଡ କରିଛି । ଏ ଘଟଣା କୁ ନେଇ ଏସ ଡି ପି ଓ ସନ୍ଦୀପ ମାଝୀ ଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *