କେସିଙ୍ଗା-୨୪/୨ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଜବାହର ଉଚ୍ଚ ବିଦ୍ୟ।ପୀଠ,ବାଲସୀରେ ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର କୁଲଦୀପ ସାହୁଙ୍କୁ ଓଷ୍ଟା ରାଜ୍ୟ ଶାଖା,କଟକରେ ମେଧାବୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ଓଷ୍ଟା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ମେଧାବୀ ଅନ୍ବେଷଣ ପ୍ରତିଯୋଗିତାରେ ଉତ୍ତମ ଗୁଣାତ୍ମକ ଓ ମେଧାବୀସମ୍ପନ୍ନ ଦକ୍ଷତାର ପ୍ରଦର୍ଶନ କରି ରାଜ୍ୟର ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କ ତାଲିକାରେ କୁଲଦୀପ ସ୍ଥାନ ପାଇ ପାରିଥିଲେ। ତାଙ୍କ ସଫଳତା ବିଦ୍ୟାଳୟର ଗର୍ବ ଓ ଗୌରବ ବୃଦ୍ଧି କରିବାରେ ସହାୟକ ହୋଇଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଭୟ କୁମାର ଦେବତା ଖୁସି ବ୍ୟକ୍ତ କରିବା ସହ ବିଦ୍ୟାଳୟ ପରିସରରେ ତାଙ୍କୁ ସମ୍ବର୍ଦ୍ଧିନା ଜ୍ଞାପନ କରିଥିଲେ। ଏହି ସଫଳତା ଯୋଗୁଁ ଶିକ୍ଷକ, ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି।
ଓଷ୍ଟା ଦ୍ଵାରା କୁଲଦୀପ ମେଧାବୀ ଛାତ୍ର ରୂପେ ସମ୍ବର୍ଦ୍ଧିତ











Leave a Reply