କେସିଙ୍ଗା ୧୦/୨ (ସମୃଦ୍ଧି ଓଡିଶା) ସୁଦୂର ରାଜସ୍ତାନ ରୁ ଓଡିଶା କୁ ଆସି ପରିବାର ଗୁଜୁରାଣ ପାଇଁ ଖରା ବର୍ଷା ରେ ଜାତୀୟ ରାଜ ପଥ ର ପାଶ୍ୱର୍ରେ କୌଳିକ ବୃତ୍ତି କୁ ଆପଣେଇ ଗୁଜୁରାଣ ମେଣ୍ଟ କରୁଥିବା ବଚିଲାଲ ଲୁହାର ୬୬ କୁ କେସିଙ୍ଗା ସହରରେ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା କେସିଙ୍ଗା ସହରର ସିନେମାଲ ନିକଟରେ ଥିବା ଜାତୀୟ ରାଜ ପଥ ୨୬ ପାଶ୍ୱର୍ରେ ଦୀର୍ଘ ୩ ମାସ ହେଲା ନିଜ କୌଳିକ ବୃତ୍ତି କୁ ଆପଣେଇ ପରିବାର କୁ ପ୍ରତିପୋଷଣ କରୁଛି ବଚିଲାଲ।ରାଜସ୍ଥାନ ରୁ ଓଡିଶା ର ପ୍ରତ୍ୟେକ ଜିଲା କୁ ଯାଇ ବଚିଲାଲ ନିଜ ସ୍ତ୍ରୀ ପୁଅ ଓ ବୃଦ୍ଧା ମା କୁ ନେଇ ଖରା ବର୍ଷା ରେ ଜୀବନ କାଳାତିପାତ କରୁଛି।ଘରୋଇ ଉପ କରଣ ଟାଙ୍ଗିଆ, କଟୁରି,ବାର୍ଷି,ପନଖି,ହେମଦସ୍ତା,କଢେଇ,ତାବା ଇତ୍ୟାଦି ଘରେ ବ୍ୟବହୃତ ଆବଶ୍ୟକୀୟ ସାମଗ୍ରୀ ନିଜେ ତିଆରି କରି ବଜାରରେ ବିକ୍ରି କରି ଦି ପଇସା ରୋଜଗାର କରି ପରିବାର ଚଳାଉଛନ୍ତି ।ବଚିଲାଲ ର ମା,ଓ ୪ ପୁଅ ସ୍ତ୍ରୀ, ବୋହୂ ଙ୍କୁ ନେଇ ରାଜ୍ୟ ରାଜ୍ୟ ବୁଲି ଏହି କୌଳିକ ବୃତ୍ତିକୁ ଆପଣେଇ ଜୀବନ କାଟୁଛନ୍ତି।ଜାତୀୟ ରାଜ ପଥ ହେଉ କିମ୍ବା ଗ୍ରାମାଞ୍ଚଳ ହେଉ ଯେଉଁଠି ସୁବିଧା ଦେଖି ଖୋଲା ଆକାଶ ତଳେ ଶୀତ ହେଉ କି ବର୍ଷା ହେଉ କି ,ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରେ ଘର ଉପକରଣ ଜିନିଷ ତିଆରି କରିଥାନ୍ତି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେଉ କିମ୍ବା ପ୍ରବଳ ଶୀତ ,ବର୍ଷା ହେଉ ଏହି ସବୁ ସାମଗ୍ରୀ ତିଆରି ପାଇଁ ପରିବାରର ସମସ୍ତେ ମିଳିମିଶି କାମ କରିଥାନ୍ତି। ଲୋକଙ୍କ ଆବଶ୍ୟକତା କରୁଥିବା ଉପରୋକ୍ତ ଜିନିଷ କୁ ବିଭିନ୍ନ ସହରରେ ହେଉ କିମ୍ବା ଗ୍ରାମାଞ୍ଚଳ ରେ ଡେରା ପକାଇ ବିକ୍ରି କରି ଥାଆନ୍ତି। ଏ ସଂକ୍ରାନ୍ତରେ ବଚିଲା ଲୁହାର ଙ୍କୁ ପଚାରିବାରୁ ମୋର ବାପା,ଅଜା, ଠାରୁ ୭ ପିଢ଼ି ଅର୍ଥାତ ୭ ଶହ ବର୍ଷ ରୁ ଏହି କୌଳିକ ବୃତ୍ତି କରି ପରିବାର ଗୁଜୁରାଣ ମେଣ୍ଟା ଉଛି ଏବଂ ପୁଅ କୁ ବିବାହ ମଧ୍ୟ କରି ଦେଇଛି ବୋଲି ପ୍ରକାଶ କରିଥିଲେ।
ରାଜ ପଥରେ ବିତୁଛି ଜୀବନ,୭ଶହ ବର୍ଷ ହେଲା କୌଳିକ ବୃତ୍ତି କୁ ଆବୋରି ପରିବାର ଗୁଜୁରାଣ କରୁଛି ବଚିଲାଲ











Leave a Reply