କେସିଙ୍ଗା- 29.1 (ସମୃଦ୍ଧି ଓଡିଶା ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଳସି ଗ୍ରାମ ସ୍ଥିତ ପଞ୍ଚାୟତ ଅଫିସ ସାମ୍ନାରେ ଛାତ୍ର ଛାତ୍ରୀ ମାନଙ୍କୁ କଂପ୍ୟୁଟର ଶିକ୍ଷାଦାନ କରିବା ପାଇଁ OKCL ଅଧିକୃତ ଓ ଓଡ଼ିଶା ସରକାରଙ୍କ ସ୍ଵୀକୃତି ପ୍ରାପ୍ତ କମ୍ପୁଟର ଶିକ୍ଷା କେନ୍ଦ୍ର ଉଦଘାଟନ କରାଯାଇଛି। ସର୍ବ ପ୍ରଥମେ ପୁଜାକର୍ମ କଲା ପରେ ଶୁଭାରମ୍ଭ କରାହେଲା ,ଉକ୍ତ କାର୍ଯ୍ୟକ୍ରମ ରେ ତାଲିମ କେନ୍ଦ୍ର ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତୁମେଶ୍ୱର ସାହୁ, ନିର୍ଦ୍ଦେଶକ ଲିଖିତ କୁମାର ସାହୁ , ତାଲିମ କେନ୍ଦ୍ର ସହାୟକ ପ୍ରଫୁଲ୍ଲ ସାହୁ, ଚିନ୍ମୟୀ ସାହୁ, ଲିନା ସାହୁ , ନେପାଲ ସାହୁ, ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତିରେ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ।ଏହି ଅଞ୍ଚଳରେ କମ୍ପୁଟର ଶିକ୍ଷାର ପ୍ରସାର ଓ ଶୈଖିକ ଗୁଣବତ୍ତା ରେ ଉନ୍ନତି ପାଇଁ ତାଲିମ କେନ୍ଦ୍ର ର ଆବଶ୍ୟକ ଥିଲା ଏହାର କୌଣସି ସୁବିଧା ନ ଥିବାରୁ ଛାତ୍ରୀଛାତ୍ର, ଯୁବକ ,ଯୁବତୀ ମାନେ ଖରା ବର୍ଷା ବହୁ କଷ୍ଟରେ କେସିଙ୍ଗା, ଭବାନୀପାଟଣା ଆଦି ଦୂର ସହରକୁ ଯାଇ କମ୍ପୁଟର ତାଲିମ କରୁଥିଲେ। ସରକାରୀ ଚାକିରୀ ସ୍ତରରେ OKCL ଦ୍ୱାରା ଅଧିକୃତ ତାଲିମ କେନ୍ଦ୍ରର ପ୍ରମାଣ ପତ୍ର ବୈଧ ଓ କାର୍ଯ୍ୟକାରୀ ହୋଇ ଥିବାରୁ ଏହି ତାଲିମ କେନ୍ଦ୍ରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ କରିବା ପାଇଁ ଉତ୍ସୁକ ଅଟନ୍ତି ।
ସରକାରୀ ମାନ୍ୟତା ପ୍ରାପ୍ତ କଂପ୍ୟୁଟର ତାଲିମ କେନ୍ଦ୍ର ଉଦ୍ଘାଟିତ।











Leave a Reply