କେସିଙ୍ଗା-୨୨/୨ (ପ୍ରଫୁଲ୍ଲ ସାହୁ) କେସିଙ୍ଗା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଚାଞ୍ଚେର ଠାରେ ରବିବାର ଦିନ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ (AUPTF) ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ସୁରେନ୍ଦ୍ର କୁମାର ଦୋରା ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ତପନ କୁମାର ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କଳାହାଣ୍ଡି ଜିଲ୍ଲାର ନୂତନ କର୍ମକର୍ତ୍ତା ଭାବେ ଜିଲ୍ଲା ସଭାପତି ଶ୍ରୀ ପଦ୍ମଲୋଚନ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଜିତ କୁମାର ନାୟକ ଓ ଜିଲ୍ଲା ଉପସଭାପତି ଶ୍ରୀ ସୁରେନ୍ଦ୍ର କୁମାର ଦୋରା ଙ୍କୁ ପୁଷ୍ପମାଲ୍ୟ ଓ ଔପଢୋକନ୍ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ୧୩ ଜଣ ଉପଦେଷ୍ଟା ଓ କର୍ମକର୍ତ୍ତା ମାନଙ୍କୁ ପ୍ରୀତି ଉପହାର ଦିଆଯାଇ ସମ୍ମାନିତ କରା ଯାଇଥିଲା । ଏହି ସଭାରେ ପ୍ରାୟ ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସୁନ୍ଦର୍ ଭାବେ CRCC ଶ୍ରୀ ଭିଷ୍ମରଥି ସାହୁ ଆୟୋଜନ କରିଥିଲେ । ଶେଷରେ CRCC ଶ୍ରୀ ଚନ୍ଦ୍ରଧ୍ଵଜ ନାଗ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ CRCC ଶ୍ରୀ ଗୋବିନ୍ଦ ବାଗ ଓ ଶ୍ରୀ ଅବନୀ ରଞ୍ଜନ ପଧାନ ସଂଯୋଜନା କରିଥିଲେ ।
ଶିକ୍ଷକଙ୍କ ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା ସଭା











Leave a Reply