ପଶ୍ଚିମ ଓଡ଼ିଶା ସ୍ତରୀୟ ନୂଆଖାଇ ଭେଟଘାଟ ଓ ଶାବଳ ବଂଶର ପ୍ରସ୍ତୁତି ବୈଠକ

କେସିଙ୍ଗା- ୧୨/୧୧(ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ଧବଳେଶ୍ୱର ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ଶାବଳ ବଂଶ ର ଏକ ନୂଆଖାଇ ଭେଟ ଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଓ ନୂତନ କର୍ମ କର୍ତ୍ତା ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲାର ସାହୁ ସମାଜ ର ଜିଲ୍ଲା ସଭାପତି ଅଶୋକ କୁମାର ସାହୁ ଅସ୍ଥାୟୀ ସଭାପତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା। ଏହି ବୈଠକ ରେ ଅଶୋକ କୁମାର ସାହୁ ଙ୍କ ପ୍ରସ୍ତାବରେ ପର୍ଶୁରାମ ସାହୁଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଚୟନ କରାଯାଇଥିଲା।ସେହିପରି ସମ୍ପାଦକ ଭାବେ ଧରଣୀ ସାହୁ,ଉପସଭାପତି ଭାବେ ରଜାପତି ସାହୁ ଓ ବିଶ୍ଵାମିତ୍ର ସାହୁ, ସହ ସମ୍ପାଦକ ଭାବେ ସୁନ୍ଦର ସାହୁ,କୋଷାଧ୍ୟକ୍ଷ ଭାବେ ଟୁପିଲାଲ ସାହୁ,ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରା ଯାଇଛି। ଏହି ବୈଠକରେ କଳାହାଣ୍ଡି ଜିଲା ଏବଂ ବଲାଙ୍ଗିର ଜିଲା ସ୍ତରୀୟ ର ସମସ୍ତ ଗ୍ରାମାଞ୍ଚଳ ରୁ ପ୍ରାୟ ଶହ ଶହ ସଂଖ୍ୟା ରେ ଯୋଗଦେଇଥିଲେ।କିପରି ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଶାବଳ ବଂଶ ର ଉନ୍ନତି ଓ ଶିକ୍ଷା ,ଜୀବନ ଜୀବିକା,ବୈବାହିକ,ଶାବଳ ବଂଶ ଆଦି ଉନ୍ନତି ଦିଗରେ ଆଲୋଚନା ହୋଇଥିଲା।ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ସ୍ତରୀୟ ଏକ ବିରାଟ ନୂଆଖାଇ ଭେଟଘାଟ ପାଳନ କରାଯିବ ସେ ବିଷୟରେ ଆଲୋଚନା କରା ଯାଇଥିଲା।ଏହି ସଭାକୁ ଅରୁଣ ସାହୁ,ଫଟ ସାହୁ,କଂସାରି ସାହୁ,ଅନ୍ତର୍ଯ୍ୟାମୀ ସାହୁ,ଶୁକ୍ରୁ ସାହୁ ,ସାଗର ସାହୁ ପ୍ରମୁଖ ସହ ଯୋଗାଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *