କେସିଙ୍ଗା ଅବକାରୀ ଥାନାରେ ନୂତନ ଓ ଆଇ ସି ଙ୍କ ଯୋଗଦାନ


କେସିଙ୍ଗା ୫.୯.(ପ୍ରଫୁଲ୍ଲ ସାହୁ)କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନା ରେ ନୂତନ ଭାବେ ମଳୟ ପ୍ରଧାନ ଓ ଆଇ ସି ଯୋଗଦାନ କରିଛନ୍ତି।ସେ ଏହା ପୂର୍ବରୁ ବରଗଡ଼ ରେ ଏ ଆଇ ସି ଭାବେ କାର୍ଯ୍ୟ କରୁଥିଲେ।ଓ ଆଇ ସି ପଦବୀରେ ପଦୋନ୍ନତି ହେଲା ପରେ କେସିଙ୍ଗା ଅବକାରୀ ଥାନାରେ ଯୋଗଦାନ କରିଛନ୍ତି।ସେ ଯୋଗଦାନ କରିବା ଦିନ ଠାରୁ ୨ଟି ଗଞ୍ଜେଇ କେଶ ସମେତ ୧୪ଟି ମଦ କେଶ ଧରିଥିବା ପ୍ରକାଶ କରିଥିଲେ।ସମଗ୍ର କେସିଙ୍ଗା ଅଞ୍ଚଳରେ କୁଚିଆ ମଦ,ଦେଶୀ ମହୁଲି ମଦ ପ୍ରସ୍ତୁତ କରି ବିନା ଲାଇସେନ୍ସରେ ବିକ୍ରି କରୁଥିବା ଵ୍ୟଵସାୟ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି।ଆଗକୁ କୌଣସି ବ୍ୟବସାୟୀ ଯଦି ମହୁଲି ମଦ ପ୍ରସ୍ତୁତ କରି ଚୋରାରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାମ ରେ କଢ଼ା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପ୍ରକାଶ କରିଥିଲେ।ଆଗକୁ ନୂଆଖଇ ଥିବାରୁ ଚୋରା ମଦ ର ବହୁ ପରିମାଣରେ ବିକ୍ରି କରିବାର ସମ୍ଭାବନା ରହିଛି। ଏ ସଂକ୍ରାନ୍ତରେ କେସିଙ୍ଗା ଅବକାରୀ ଥାନା ର ଓ ଆଇ ସି ମଳୟ ପ୍ରଧାନ କୁ ପଚାରିବାରୁ ଏହି ବ୍ଳକର ବିଭିନ୍ନ ଗ୍ରାମରେ ଚୋରାରେ ମହୁଲି ମଦ ବିକ୍ରି କରା ଯାଉଥିବା ବ୍ୟକ୍ତି ଙ୍କୁ ଅନୁସନ୍ଧାନ କରି କଢ଼ା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *