କେସିଙ୍ଗା-୧୮/୧(ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଠିକାଦାର କଣ୍ଟ୍ରାକ୍ଟର ଆସୋସିଏଶନର ଜିଲା ସଭାପତି ଜଗଦୀଶ ମଣ୍ଡଳଙ୍କ ସଭାପତିତ୍ୱରେ ଜିଲାସ୍ତରୀୟ ଠିକାଦାର ସଂଘର ଏକ ସାଧାରଣ ବୈଠକ କେସିଙ୍ଗା ସହରସ୍ଥିତ ଏକ ହୋଟେଲ୍ରେ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତଥି ଭାବେ ଜିଲ୍ଲା ସଭାପତି ଯୋଗଦେଇ ତାଙ୍କ ବ୍ୟକ୍ତବରେ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାର ଚଳିତ ମାସ ୩ ତାରିଖରେ ନୋଟିଫିକେଶନ କରିଛନ୍ତି ୧୪.୯୯ରେ ଟେଣ୍ଡର ଭରିବା ପାଇ ସିମିତି ଥିଲା କିନ୍ତୁ କେତେକ ଠିକାଦାର ଏହି ସମିତି ଠାରୁ କମ ପର୍ସେଣ୍ଟରେ ମଧ୍ୟ ଟେଣ୍ଡର ପକାଇ କାମ କରୁଛନ୍ତି। ରାଜ୍ୟ ସରକାର ଧାର୍ଯ୍ୟ ରେଟ୍ଠାରୁ ବେଶୀ କିମ୍ବା କମ୍ ମଧ୍ୟ ନ କରିବା କଥା। କିନ୍ତୁ ଯଦି କମ ମୂଲ୍ୟରେ ଟେଣ୍ଡର ନେଇ ବିଭିନ୍ନ କାମ କଲେ ସେ କାମର ମାନ ଠିକ୍ ରହିବ ନାହିଁକି ମେଣ୍ଟେନାନ୍ସ କରିପାରିବ ନାହିଁ, ଯାହା ଫଳରେ ମାନ ଠିକ ନ ଥିଲେ ରାସ୍ତା, ବ୍ରିଜ, କିମ୍ବା ବିଲ୍ଡିଂ ମଧ୍ୟ ଭାଙ୍ଗି ନଷ୍ଟ ହେବାର ବହୁ ସମ୍ଭାବନା ରହିବ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସରକାର ଯେଉଁ ୧୪.୯୯ ନୋଟିଫିକେଶନ କରିଛନ୍ତି ତାହା ବଳବତ୍ତର ରହୁ ବୋଲି ଆଲ ଓଡ଼ିଶା ଠିକାଦାର ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି।
ବାହାର ଠିକାଦାରଙ୍କୁ ବିରୋଧ କଳାହାଣ୍ଡି ଠିକାଦାର ସଙ୍ଘ











Leave a Reply