ପୌର ପରିଷଦ ସ୍ତରୀୟ ସାମୁହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ

କେସିଙ୍ଗା-୨୦/୧ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ ଏ ସି ସ୍ତରୀୟ ବନ୍ଦେମାତରମ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପ ରାଜ ଯାଦବ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ର ଖେଳ ପଡିଆ ଠାରେ ମଙ୍ଗଳବାର ଅନୁଷ୍ଟିତ ହୋଇ ଯାଇଛି।ଏହି ଉପଲକ୍ଷେ ସହରର ପ୍ରତ୍ୟେକ ଘୋରେଇ ସ୍କୁଲ ଓ ସରକାରୀ କଲେଜ ରୁ ଶତାଧିକ ଛତ୍ରୀ ଛାତ୍ର ଯୋଗଦେଇ ଥିଲେ।ପୂର୍ବାହ୍ନ ୧୧ଟା ରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଙ୍କ ରଚିତ ବନ୍ଦେ ମାତରଂ ଗୀତ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ଗାନ କରା ଯାଇଥିଲା।ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀ ରେ ଅଂଶ ଗ୍ରହଣ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଅଧ୍ୟକ୍ଷ ନୃପ ରାଜ ଯାଦବ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀ ମାନପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର, ଙ୍କ ସମେତ କାଉନସିଲର, ପ୍ରତ୍ୟେକ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ମହିଳା ଗ୍ରୁପ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ବି.ଚନ୍ଦ୍ରଶେଖର ଆଚାରି ଓ ଧନ୍ୟବାଦ ଅର୍ପଣ କରିଥିଲେ ଜି.କ୍ରୀଷ୍ଣା ରେଡ୍ଡୀ।ଏଥିରେ ପରିଷଦ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *