କେସିଙ୍ଗା କମଳାକାନ୍ତ ନର୍ସିଂ,ହେଲଥ ସାଇନ୍ସ କଲେଜରେ ସରସ୍ୱତୀ ପୂଜା ଉଦଯାପନ, ୧୩ ଫୁଟ ମା ସରସ୍ଵତୀ ମୂର୍ତ୍ତି ଭଷାଣି ଯାତ୍ରା

କେସିଙ୍ଗା-୨୫/୧ ସମୃଦ୍ଧି ଓଡିଶା (ପ୍ରଫୁଲ୍ଲ ସାହୁ)କଳାହାଣ୍ଡି ଜିଲ୍ଲା କେସିଙ୍ଗା କମଳାକାନ୍ତ ନର୍ସିଂ କଲେଜରେ ଏବର୍ଷ ମା ସରସ୍ୱତୀଙ୍କ ପୂଜା ଭକ୍ତି ଓ ଉତ୍ସାହର ସହିତ ସଫଳତାରେ ଉଦଯାପିତ ହୋଇଯାଇଛି। ଶିକ୍ଷାର ଦେବୀଙ୍କ ପୂଜା ଅବସରରେ କଲେଜ ପରିସର ସମ୍ପୂର୍ଣ୍ଣ ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା।
ନିର୍ଦେଶକ ସନ୍ଦୀପ ନନ୍ଦ, ପ୍ରିନ୍ସପାଳ ସତ୍ୟସୁନ୍ଦର ସ୍ବାଇଁ ଅଧ୍ୟାପିକା ରିତୁ ବିଶ୍ବାଳ, ଚିନ୍ମୟୀ ମହାପାତ୍ର ,ମିରଖାସିମ ସାହୁ,ଫିରୋଜ ସାହୁ ସାମିଲ ହୋଇଥିବା ବେଳେ। କଲେଜର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ସହଯୋଗରେ ପୂଜା କାର୍ଯ୍ୟକ୍ରମ ସୁଚାରୁ ଭାବରେ ସମ୍ପନ୍ନ ହୋଇଥିଲା। ଏବର୍ଷ କଲେଜ ପକ୍ଷରୁ ପ୍ରାୟ ୧୩ ଫୁଟ ଉଚ୍ଚତାର ଏକ ଭବ୍ୟ ଓ ଆକର୍ଷଣୀୟ ମା ସରସ୍ୱତୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା, ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ପୂଜା ଅବସରରେ ହୋମ, ଆରତି, ପୁଷ୍ପାଞ୍ଜଳି ଓ ଭୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଭକ୍ତିଭାବରେ ମାଙ୍କୁ ପୂଜା କରି ନିଜ ଶିକ୍ଷାଜୀବନର ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ସନ୍ଧ୍ୟା ସମୟରେ ଭଜନ ଓ କୀର୍ତ୍ତନରେ ସମଗ୍ର କଲେଜ ପରିବେଶ ଆନନ୍ଦମୟ ହୋଇଉଠିଥିଲା।
ପୂଜା ଶେଷ ପରେ ଭାଷାଣି ଦିନ ଏକ ଭବ୍ୟ ଯାତ୍ରା ଆୟୋଜିତ କରାଯାଇଥିଲା। କଲେଜ ପରିସରରୁ ଆରମ୍ଭ ହୋଇ ଏହି ଯାତ୍ରା କେସିଙ୍ଗା ସହରର ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରିଥିଲା। ଡିଜେ ଓ ମା ସରସ୍ୱତୀଙ୍କ ଜୟଘୋଷ ସହିତ ଯାତ୍ରା ସହରକୁ ଉତ୍ସବମୁଖର କରିଦେଇଥିଲା। ଭାଷାଣି ଯାତ୍ରାକୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ସାଧାରଣ ଲୋକଙ୍କ ଭିଡ଼ ଜମାଇଥିଲା। ପରେ ଏହି ଯାତ୍ରା ତେଲ ନଦୀ ଘାଟରେ ପହଞ୍ଚିଥିଲା। ସେଠାରେ ସମସ୍ତ ଧାର୍ମିକ ରୀତିନୀତି ପାଳନ କରାଯାଇ ମା ସରସ୍ୱତୀଙ୍କ ମୂର୍ତ୍ତିକୁ ଭକ୍ତିଭାବରେ ନଦୀରେ ଭାଷାଣି କରାଯାଇଥିଲା। ନିର୍ଦେଶକ ସନ୍ଦୀପ ନନ୍ଦ କହିଛନ୍ତି ଯେ, ଏପରି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା, ଶୃଙ୍ଖଳା ଓ ସଂସ୍କୃତି ପ୍ରତି ସମ୍ମାନ ବୃଦ୍ଧି କରେ। ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *