ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ କେସିଙ୍ଗା ରେ ପ୍ରଶାସନ ପକ୍ଷରୁ ସଜବାଜ

କେସିଙ୍ଗା ୮/୨ (ସମୃଦ୍ଧି ଓଡିଶା) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁ ଉପ ମୁଖ୍ୟମନ୍ତ୍ରୀପ୍ରଭାତୀ ପରିଡା ଆସନ୍ତା କାଲି ସୋମବାର ଗସ୍ତ କୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରସୋରରେ ଚାଲିଛି।ସୋମବାର ଭୁବନେଶ୍ବର ରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପ ରେ ପୂର୍ବାହ୍ନ ୧୦ ଟାରେ ଓହ୍ଲାଇବେ ତାଙ୍କୁ ପ୍ରଶାସନ ଓ ବିଭିନ୍ନ ମହିଳା ଗୃପ ଦ୍ୱାରା ଭବ୍ୟ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।ପ୍ରଥମେ ବ୍ଲକ ର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନୀ କ୍ଷେତ୍ର ଯୋଗମାୟାପୀଠ ପରିଦର୍ଶନ କରିବେ।ପରେ କେସିଙ୍ଗା ସହର ସ୍ଥିତ ପିଏମ ଶ୍ରୀ ହାଇ ସ୍କୁଲ ରେ ନବ ନିର୍ମିତ ବାଳକ ହଷ୍ଟେଲ ର ଉଦଘାଟନ କରିବେ ଏବଂ କନ୍ତେଶିର ଗ୍ରାମ ସ୍ଥିତ ମାଇନର ଇରିଗେସନ ବିଭାଗ ପକ୍ଷରୁ ନିର୍ମିତ ଟୋରିଜାମ ସ୍ପଷ୍ଟ କୁ ମଧ୍ୟ ପରିଦର୍ଶନ କରିବେ।ସିଟିଜେନ ଫୋରମ କେସିଙ୍ଗା ର ବାର୍ଷିକ ଦିବସ ୨୦୨୬ ପାଳନ ହେବାକୁ ଥିବା ଋଷି ସାହା ସଂକୃତିକ ଭବନରେ ପୂର୍ବାହ୍ନ ୧୧.୩୦ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି କେସିଙ୍ଗା ବିଡିଓ ଜନ୍ମେଜୟ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *