ଇଣ୍ଟରନେଟର ସୁରକ୍ଷିତ ଦିବସ ପାଳିତ

କେସିଙ୍ଗା -୧୩/୨ (ସମୃଦ୍ଧି ଓଡିଶା) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଳସି ଗ୍ରାମ ସ୍ଥିତ ଜଵାହାର ଉଚ୍ଚ ବିଦ୍ୟାପୀଠ ଠାରେ
ଶ୍ରୀ କମ୍ପ୍ୟୁଟର୍ ଏଜୁକେଶନ (ଶ୍ରୀ ରାମ ଇନଷ୍ଟିଚ୍ୟଟ ଅଫ କମ୍ପ୍ୟୁଟର ଏଜୁକେସନ୍)ପକ୍ଷରୁ ଦୁଇ ଦିନିଆ ‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ଗୁରୁବାର ଓ ଶୁକ୍ରବାର ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜବାହର ଉଚ୍ଚ ବିଦ୍ୟାପୀଠରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସମନ୍ବୟକାରୀ ଲିଖିତ କୁମାର ସାହୁ ଏବଂ ଲାର୍ଣିଂ ଫାସିଲିଟେଟର ତଥା ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା ସଫଳତାର ସହ ପରିଚାଳନା କରିଥିଲେ। ଇଣ୍ଟରନେଟ୍ ବ୍ୟବହାର ସମୟରେ କିପରି ସତର୍କ ରହିବାକୁ ହେବ ଏବଂ ସାଇବର ଅପରାଧରୁ କିପରି ଦୂରେଇ ରହିବାକୁ ହେବ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଶତାଧିକ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଉପସ୍ଥିତ ରହି ଇଣ୍ଟରନେଟ ସୁରକ୍ଷା ସମ୍ବନ୍ଧୀୟ ଶପଥ ପାଠ କରିଥିଲେ। ସୋସିଆଲ ମିଡିଆର ସଠିକ୍ ବ୍ୟବହାର, ପାସୱାର୍ଡର ସୁରକ୍ଷା ଏବଂ ଅଜଣା ଲିଙ୍କ୍‌ରୁ ଦୂରେଇ ରହିବା ପାଇଁ ସଚେତନତ କରାଯାଇଥିଲା। ବିଶେଷକରି ଛାତ୍ରଛାତ୍ରୀମାନେ ଅନଲାଇନ ଶିକ୍ଷା ସମୟରେ କିପରି ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବେ, ସେ ସମ୍ପର୍କରେ ଗୁରୁତ୍ବାରୋପ କରାଯାଇଥିଲା।

Leave a Reply

Your email address will not be published. Required fields are marked *