କେସିଙ୍ଗା ମହାବିଦ୍ୟାଳୟରେ ୪୫ତମ. ବାର୍ଷିକ ଉତ୍ସବ ଉତ୍ସବ ପାଳିତ

କେସିଙ୍ଗା- ୧୪./୦୨ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ଶନିବାର ପାଳିତ ହୋଇଯ ଯାଇଛି । ଏହି ଉତ୍ସବରେ ଅଧକ୍ଷ ସୁଶାନ୍ତ କୁମାର ପାଢ଼ୀ ସଭାପତିତ୍ଵ କରି ମହାବିଦ୍ୟାଳୟର ସାମଗ୍ରିକ ବିକାଶ ସନ୍ତୋଷଜନକ ବୋଲି କହିଥିବାବେଳେ ପରୀକ୍ଷାଫଳ ଏବଂ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗଦାନ କରି ମହାବିଦ୍ୟାଳୟର ସାମ୍ପ୍ରତିକ ସ୍ଥିତି ଏବଂ ବିକାଶକୁ ଭୂୟୋସୀ ପ୍ରଶଂସା କରିଥିଲା ବେଳେ, ସମ୍ମାନୀତ ଅତିଥ୍ ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ଅଧ୍ଯକ୍ଷ ପ୍ରଦୀପ କୁମାର ରଥ ଯୋଗଦାନ କରି ଏହି ମହାବିଦ୍ୟାଳୟ ସହିତ ତାଙ୍କର ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ସମ୍ପର୍କ କେତେ ନିବିଡ ତା’ ଉପରେ ଆଲୋକପାତ କରିଥିଲେ ଓ ନିଜସ୍ଵ ବକ୍ତବ୍ୟରେ ଛାତ୍ର -ଛାତ୍ରୀ ମାନଙ୍କୁ ମଣିଷ ପରି ମଣିଷ ହେବାକୁ ଉପଦେଶ ଦେଇଥିଲେ । ଛାତ୍ର ସଂସଦର ଉପଦେଷ୍ଟା ଡକ୍ଟର ସତୀସଚନ୍ଦ୍ର ଖମାରୀ ନିଜସ୍ୱ ବକ୍ତବ୍ୟରେ ଛାତ୍ର-ଛାତ୍ରୀ ମାନଙ୍କୁ କର୍ମଠ ଏବଂ କର୍ମଯୋଗୀ ହେବାପାଇଁ ଆହ୍ୱାନ କରିଥିଲେ । ଇତ୍ୟାବଶରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥୁବା ସହ ଅତିଥୁମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଡକ୍ଟର ରାକେଶ କୁମାର ବିଶି ମଞ୍ଚ ପରିଚାଳନା କରିଥିବାବେଳେ ଅଶ୍ୱିନୀ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *