କେସିଙ୍ଗା, ୨୫/୨:(ସମୃଦ୍ଧିଓଡ଼ିଶା) ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ସାଇବର ସଚେତନା କରାଯାଉଥିବା ସତ୍ୱେ ଠକେଇ ଘଟଣା ରୋକାଯାଉ ନାହିଁ। ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିବା ପରେ ମଧ୍ୟ କିଛି ଲୋକ ସାଇବର ଠକଙ୍କ ଶିକାର ହେଉଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତକେଲା ଗ୍ରାମର ଜଣେ ଯୁବକଙ୍କୁ କେସିଙ୍ଗା ପୋଲିସ ତଦନ୍ତର ଅଂଶ ଭାବେ ଉଠାଇ ଆଣିଛି। ଡିଏସପିଙ୍କ ନିର୍ଦ୍ଦେଶରେ ଏହି ଅପରେସନ୍ ଚାଲିଥିବା ସୂଚନା ମିଳିଛି। ଆଜି ସେହି ଯୁବକଙ୍କ ଆକାଉଣ୍ଟ ଯାଞ୍ଚ କରାଯିବା ସହିତ ଜେରା କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
ତଦନ୍ତ ଚାଲୁଥିବା ବେଳେ ସାଇବର ଠକମାନଙ୍କ ଜାଲ କେତେ ଦୂର ପ୍ରସାରିତ ହୋଇଛି ତାହା ଖୋଜାଯାଉଛି। କେସିଙ୍ଗା, କର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକ ଅଞ୍ଚଳରେ ସାଇବର ଠକମାନେ ନିଜ ଜାଲ ବିସ୍ତାର କରୁଥିବା ଆଶଙ୍କା କରାଯାଉଛି।
ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଠକମାନେ ପ୍ରଥମେ କିଛି ଲୋକଙ୍କୁ ପ୍ରଲୋଭନ ଦେଇ ସେମାନଙ୍କୁ ମାଧ୍ୟମ କରି ଠକେଇ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।
ବୁଦ୍ଧିଜୀବୀ ମହଳର ମତାମତ ହେଉଛି, ପୋଲିସ ଯଦି ଏହି ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସାଇବର ଠକମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି, ତେବେ ନିରହ ଜନସାଧାରଣ ସାଇବର ଠକେଇରୁ ରକ୍ଷା ପାଇପାରିବେ।
କେସିଙ୍ଗା ପୋଲିସ ସାଇବର ଠକେଇ ମାମଲାରେ ଯୁବକଙ୍କୁ ଉଠାଇ ଆଣିଲା











Leave a Reply