କେସିଙ୍ଗା, ୨୫/୦୨ (ପ୍ରଫୁଲ୍ଲ ସାହୁ):
ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗଞ୍ଜେରମାଲ ଗ୍ରାମର ମଇନା ନାଏକ (୨୪) ଗତ ୦୬/୦୧/୨୦୨୬ ତାରିଖ ରାତିରେ ନିଖୋଜ ହୋଇଯାଇଥିବା ଜଣାପଡିଛି। ସେ ରାତିରେ ତାଙ୍କ ମା ଅହଲ୍ୟା ନାଏକଙ୍କ ସହିତ ଘରେ ଶୋଇଥିଲେ। ପରେ ପରିଶ୍ରା ପାଇଁ ବାହାରକୁ ଯାଉଛି ବୋଲି କହି ବାହାରିଥିଲେ, କିନ୍ତୁ ତାପରେ ଆଉ ଘରକୁ ଫେରିନାହାନ୍ତି।
ପରିବାର ଲୋକେ ଚାରିପାଖରେ ଖୋଜାଖୋଜି କରିବା ସହିତ ସମ୍ପର୍କୀୟମାନଙ୍କୁ ପଚାରାଉଚରା କରିଥିଲେ, କିନ୍ତୁ କୌଣସି ସନ୍ଦେଶ ମିଳିନଥିଲା। ପରେ ତାଙ୍କ ମା କରଳାପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।
ନିଖୋଜ ସମୟରେ ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ତାଙ୍କ ବର୍ଣ୍ଣ କଳା, ମୁହଁ ଗୋଲାକାର ଓ ଉଚ୍ଚତା ପ୍ରାୟ ୫ ଫୁଟ।
ଏନେଇ କରଳାପଡା ଫାଣ୍ଡି ଅଧିକାରୀ ମନରଞ୍ଜନ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମହିଳାଙ୍କ ମୋବାଇଲ ଫୋନ ଧରାଯାଉନଥିବାରୁ ଟ୍ରାକିଂ ସମ୍ଭବ ହୋଇନାହିଁ। ତଥାପି ପୋଲିସ ତଦନ୍ତ ଜାରି ରଖିଛି।
ଯଦି କେହି ମହିଳାଙ୍କୁ କେଉଁଠି ଦେଖନ୍ତି, ଦୟାକରି ୭୦୭୭୯୭୧୪୪୭ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।
ମହିଳା ଜଣକ ନିଖୋଜ











Leave a Reply