କେସିଙ୍ଗା, ୭/୩ (ସମୃଦ୍ଧି ଓଡ଼ିଶା) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନଗରରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଏମପିଏଲ କ୍ରିକେଟ୍ ଟୁର୍ନାମେଣ୍ଟ କେସିଙ୍ଗା ପିଏମଶ୍ରୀ ବିଦ୍ୟାପୀଠ ଖେଳ ପଡ଼ିଆରେ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ଏହି କ୍ରିକେଟ ଖେଳ ଶନିବାର,ରବିବାର ଦୁଇ ଦିନ ଧରି ଚାଲିବ । ସହରର କ୍ରିକେଟ୍ ପ୍ରେମୀ ଓ ଯୁବ ଖେଳାଳିମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। କେସିଙ୍ଗାରେ ପ୍ରଥମ ଥର ପାଇଁ ରାତ୍ରି ମ୍ୟାଚ୍ ଆୟୋଜନ ହୋଇଥିବାରୁ ଏହାକୁ ନେଇ ସହରବାସୀଙ୍କ ଆଗ୍ରହ ଅଧିକ ରହିଛି ଓ ମ୍ୟାଚ କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଗୋଟିଏ ଟିମରେ ୭ ଜଣ ଖେଳାଳିଙ୍କୁ ନେଇ ଖେଳା ଯାଇଥିଲା ।ଦୁଇ ଦିନ ମଧ୍ୟରେ ମୋଟ ୮୪ ଜଣ ଖେଳାଳି ନାମ ଲେଖାଇ ଅଂଶଗ୍ରହଣ କରିଛନ୍ତି ।
ମାରୱାଡି ଯୁବ ମଞ୍ଚ କୋର କମିଟିର ସଭାପତି ବିକାଶ ଚନ୍ଦ୍ର ଅଗ୍ରୱାଲ ଓ ସମ୍ପାଦକ ନିଖିଳ ଅଗ୍ରୱାଲ,ଅରମାନ ଅଗ୍ରୱାଲ, ବିବେକ ଜୈନ, ବିଶାଲ ଜୈନ, ପିୟୁଷ ସୋନି,କେଶବ ଶର୍ମା, ଧିରାଜ ଅଗ୍ରୱାଲ ସହ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ଯୁବମାନଙ୍କ ମଧ୍ୟରେ ଲୁକାୟିତ ଥିବା କ୍ରିଡା ପ୍ରତିଭାକୁ ମଞ୍ଚ ଦେବା ଏହି ଆୟୋଜନର ମୂଳ ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଛି ।
ଏହି କାର୍ୟକ୍ରମରେ ଅତିଥି ଭାବରେ ଅଗ୍ରୱାଲ ସଭା ସଭାପତି ରାମ କୁମାର ଜୈନ, କାଳୁ ଭାଇ,ସନପାଳ ବର୍ମା ,ଶ୍ରୀ ସୌରଶକ୍ତି ପରିଚାଳକ ଯସ ଅଗ୍ରୱାଲ ଯୋଗଦାନ କରିଥିଲେ ।
ମାରୱାଡି ଯୁବ ମଞ୍ଚର ଏହି ପ୍ରୟାସ କେସିଙ୍ଗାରେ କ୍ରିକେଟ୍ ଖେଳକୁ ନୂଆ ଦିଗ ଦେବା ସହ ଯୁବମାନଙ୍କ ପ୍ରତିଭାକୁ ଉଦ୍ଭାସିତ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
କେସିଙ୍ଗାରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଏମପିଏଲ କ୍ରିକେଟ୍ ଟୁର୍ନାମେଣ୍ଟ











Leave a Reply