କେସିଙ୍ଗା-୨୩/୬ ସମୃଦ୍ଧି ଓଡିଶା (ପ୍ରଫୁଲ୍ଲ ସାହୁ)କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ୧୯୬୫ ରେ ଗଠିତ ହୋଇଥିଲା। ବଗାଡ଼ ର ୱାର୍ଡ ନ.୧ ଓ ୨ରେ ହେଭି ବୁଲଡୋଜର ଦ୍ଵାରା ରାସ୍ତା ଉଚ୍ଛେଦ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି।ପ୍ରଥମେ ମାନବିକାତା ଦୃଷ୍ଟି ରୁ ଏନ ଏ ସି ର ଅଧ୍ୟକ୍ଷ ନିଜେ ତାଙ୍କରଘର ଭାଙ୍ଗିଦେଇ ଥିଲେ। କେସିଙ୍ଗା ଏନ୍ ଏ ସି ବଗାଡ଼ ର ୱାର୍ଡ ନଂ ୧ ଓ ୨ ରେ ରାସ୍ତା ଉଭୟ ପାର୍ଶ୍ଵରେ ସଙ୍କୁଚିତ ହୋଇ ଥିବାରୁ ଯାନବାହାନ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖା ଦେଉଥିଲା।ରାସ୍ତା ଉଚ୍ଛେଦ ପାଇଁ ଏନ ଏ ସି ପକ୍ଷରୁ ୮୦ଜଣ ଙ୍କୁ ନୋଟିସ ହୋଇଥିଲା। ଏନ ଏ ସି ପକ୍ଷରୁ ରାସ୍ତା ପ୍ରଶସ୍ତି କରଣ ପାଇଁ ମଙ୍ଗଳବାର ଦିନ ଠାରୁ ଜବର ଦାଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ନଗରପାଳ ନୃପରାଜ ଯାଦବ ଙ୍କ ପ୍ରତ୍ୟକ୍ଷ ଉଦ୍ୟମ ରେ ତହସିଲ ଦାର ଙ୍କ ନିର୍ଦ୍ଦେଶ କ୍ରମେ ବର୍ଷେ ଆଗରୁ ଡିମାରକେଶନ ଓ ରାସ୍ତା ଚିହ୍ନଟ ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇଥିଲା ।ଦୀର୍ଘ ଦିନ ଧରି ୮୦ଟି ପରିବାର ଲୋକେ କେହି ବି ଘର ଭାଙ୍ଗି ନ ଥିଲେ।କିନ୍ତୁ ନୋଟିସ କୁ ଅପେକ୍ଷା ନ କରି ନିଜେ ନଗରପାଲ ନୃପରାଜ ଯାଦବ ଏବଂ ପ୍ରେମ ବନଛୋର ଙ୍କ ଘର ନିଜ ସ୍ୱ ଇଚ୍ଛା ରେ ଘର ଭାଙ୍ଗି ୱାର୍ଡ ରେ ଉଦାହରଣ ସୃଷ୍ଟି କରିଥିଲେ। ପରେ ନୋଟିସ ମିଳିବା ପରେ ସମସ୍ତ ୱାର୍ଡ ବାସୀଙ୍କ ନିଜ ସହମତିରେ କେତେ ଜଣ ସ୍ୱାଇଛା ରେ ଜବର ଦଖଲ ଉଚ୍ଛେଦ କରିଥିଲେ।ମଙ୍ଗଳବାର ଦିନ ସରକାରୀ ବୋଲଡୋଜର ସହ ନଗରପାଲ ନୃପରାଜ ଯାଦବ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ନିର୍ବାହୀ ଯନ୍ତ୍ରୀ ନାରାୟଣ ମହାରଣା ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ ଅଭିଯାନ ରେ ସହଯୋଗ କରିଥିଲେ। ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ମାଜିଷ୍ଟ୍ରେଟ ଦାଇତ୍ୱରେ ଉପସ୍ଥିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ରୋକିବା ପାଇଁ ପୋଲିସ ମୁତୟନ ହୋଇଥିଲା। ନଗରପାଲ ଙ୍କ ଉଦ୍ୟମକୁ ୱାର୍ଡ ବାସୀ ପ୍ରଶଂସା କରିଥିବା ବେଳେ ଜବର ଦଖଲ ଉଚ୍ଛେଦ ପରେ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟ , ପକ୍କା ରାସ୍ତା , ଡ୍ରେନେଜ ସିଷ୍ଟମ କିପରି ହେବ ସେହି ବିଷୟରେ ୱାର୍ଡ ବାସୀ ଏନ୍ ଏ ସି କୁ ଦାବୀ କରି ଥିଲେ।ଏ ସଂକ୍ରାନ୍ତରେ କେସିଙ୍ଗା ନଗର ପାଲ ନୃପରାଜ ଯାଦବ ଙ୍କୁ ପଚାରିବାରୁ ଆଇନ କୁ ମାନ୍ୟ ଦେଇ ମୁଁ ପ୍ରଥମେ ମୋ ଘର ଭାଙ୍ଗିଲି ଦେଲି ଏବଂ ଦୁଇଟି ୱାର୍ଡ ରେ ଡ୍ରେନ,ବିଦ୍ୟୁତ ଖୁଣ୍ଟ,ରାସ୍ତା ଆଦି ସମସ୍ୟା କୁ ତୁରନ୍ତ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ।
କେସିଙ୍ଗା ଏନ ଏ ସିର ୧ ଓ ୨ରେ ଜବର ଦଖଲ ଉଚ୍ଛେଦ, ପ୍ରଥମେ ନଗର ପାଳ ଭାଙ୍ଗିଲେ ନିଜ ଘର











Leave a Reply