କେସିଙ୍ଗା- ୨୬/୬ (ପ୍ରଫୁଲ୍ଲ ସାହୁ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡାସ୍ଥିତ ଦ୍ରୌଣାଚାର୍ଯ୍ୟ ସ୍କୁଲ ର ୨୩ତମ ପ୍ରତିଷ୍ଠା ଦିବସ ଅଧକ୍ଷ୍ୟା ଅର୍ଚନା ଅଗ୍ରୱାଲ ଙ୍କ ନେତୃତ୍ବରେ ଶୁକ୍ରବାର ସ୍କୁଲ ର ସଭା ଗୃହରେ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଗଣେଶ ଙ୍କ ମୂର୍ତ୍ତି ରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଡା ହେମସାଗର ସାହା ଯୋଗ ଦେଇଥିଲେ।ଉଡାଣ ର ସଭାପତି ମୋହନ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭବେ କେସିଙ୍ଗା ସହରର ନୂତନଭାବେ ଉତ୍ତୀର୍ଣ୍ଣ ହୋଇଥିବା ଓ ପି ଏସ କନକ ଜୈନ ହେଉଛନ୍ତି ଏହି ସ୍କୁଲ ଛାତ୍ରୀ ଓସଂଗୀତା ସେଠି ଏହି ସ୍କୁଲ ର ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ।ଏହି ଦୁହିଁଙ୍କତାଙ୍କ ଜୀବନୀ ଓ ଏହି ସ୍କୁଲ ରେ ଅଧ୍ୟୟନ କରି ଆଜି କିପରି ଓ ପି ଏସ ରେ ଉତ୍ତୀର୍ଣ୍ଣ ହୋଇଥିଲେ ସେ ବିଷୟରେ ଆଲୋକ ପାତ କରିଥିଲେ ଦୁଇ ଜଣଙ୍କୁ ସ୍କୁଲ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇ ଥିଲା।ସ୍କୁଲ ର ସମସ୍ତ ଛାତ୍ରୀ ଛତ୍ର ଯୋଗଦେଇଥିଲେ।ସ୍କୁଲ ର ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମଂଚ ପରିଚାଳନା କରିଥିଲେ ପଦ୍ମନାଭ ପାଠୀ।
ଫୋଟୋ ଦ୍ରୌନାଚର୍ଯ୍ୟ ସ୍କୁଲ ର ୨୩ତମ ପ୍ରତିଷ୍ଠା ଦିବସ
ଦ୍ରୌଣାଚାର୍ଯ୍ୟ ସ୍କୁଲ ର ୨୩ତମ ପ୍ରତିଷ୍ଠା ଦିବସ ପାଳିତ











Leave a Reply