କେସିଙ୍ଗା- ୨୮/୬ (ସମୃଦ୍ଧି ଓଡିଶା) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଜର୍ନାଳିଷ୍ଟ ଆସୋସିଏସନ୍ ର ନୂତତ କର୍ମକର୍ତ୍ତା ପୂର୍ବତନ ସଭାପତି ଡମ୍ବରୁଧର ଭୋଇ ଙ୍କ ସଭାତିତ୍ବରେ ସ୍ଥାନୀୟ ସୂଚନା କେନ୍ଦ୍ର ଓ ପାଠାଗାର ପରିସରରେ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନୂତନ ସଭାପତି ଭାବେ ନୃପରାଜ ସାହୁ,ସାଧାରଣ ସମ୍ପାଦକ ଭାବେ ରୋହିତ ସାହୁ ମନୋନୀତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ ସାହୁ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ଅଦ୍ୟ ତାରିଖରୁ ଦୁଇ ବର୍ଷ ପାଇଁ ମନୋନୀତ ହୋଛନ୍ତି । ଏହି ଅନୁଷ୍ଠାନର ପରାମର୍ଶ ଦାତା ଭାବେ ବରିଷ୍ଠ ଖବର ଦାତା ତୁମେଶ୍ଵର ସାହୁ,ଡମ୍ବରୁଧର ଭୋଇ ଙ୍କୁ ଚୟନ କରାଯାଇଛି । ଏଥିରେ ସଂଘ ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
ଜର୍ନାଲିଷ୍ଟ ଆସୋସିଏସନ୍ ର ନୂତନ କର୍ମ କର୍ତ୍ତା ଚୟନ











Leave a Reply