ଅମାଠ ଛକ ସ୍ଥିତ ବେହେରା ରାଇସ ମିଲ କୁ ସିଲ୍ କଲା ପ୍ରଶାସନ

କେସିଙ୍ଗା-୩0/୬ ( ସମୃଦ୍ଧି ଓଡିଶା ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଅମାଠ ଛକରେ ବେହେରା ରାଇସ ମିଲ କୁ ମଙ୍ଗଳବାର ସିଲ୍ କରିଛି ପ୍ରଶାସନ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ଅବମାନନା କରି ପେଡି ବ୍ରୋକରମେଣ୍ଟ ପ୍ରକ୍ରିୟା ରେ ଅଂଶଗ୍ରହଣ ନକରି ମନମାନି କରି ପ୍ରକୃତ ଚାଷୀଙ୍କ ଧାନ ନ କିଣି ନିଜ ଲାଭ ପାଇଁ ବେଆଇନ ଭାବେ ଅନେକ ଧାନ ଗଚ୍ଛିତ ରଖିଥିବା ଅଭିଯୋଗ କରି ସିଲ୍ କଲା ପ୍ରଶାସନ । ଉକ୍ତ ରାଇସ ମିଲ ର ଅମାଠ ଚକ ଏବଂ ନୁନମାଠ ଟୋଲ୍ ଗେଟ୍ ନିକଟରେ ଥିବା ଦୁଇ ଗୋଦାମ କୁ ସିଲ୍ କରାଯାଇଛି । ସିଲ୍ କରିବା ସମୟରେ କେସିଙ୍ଗା ପୋଲିସ ସହାୟତାରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ କେସିଙ୍ଗା ବ୍ଲକ୍ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *