କେସିଙ୍ଗା, ୪/୮: କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଳସିଙ୍ଗା ଗ୍ରାମର ନୂଆପଡ଼ା ଗବଡାଡଙ୍ଗର ସ୍ଥିତ ଶ୍ରୀ ରାମେଶ୍ୱର ଶିବ ମନ୍ଦିର ପରିସରରେ ସୋମବାର କେସିଙ୍ଗା ବନାଞ୍ଚଳ ଓ ଶ୍ରୀ ରାମେଶ୍ୱର ଶିବ ମନ୍ଦିର ପରିଚାଳନା କମିଟିଙ୍କ ମିଳିତ ଉଦ୍ୟମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଓ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ସମ୍ପର୍କିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ପରଳସିଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ କୃତାଞ୍ଜଳି ଗୌଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କେସିଙ୍ଗା ବନାଞ୍ଚଳର କର୍ମଚାରୀ ଜୋଶବନ୍ତ ନାୟକ ଓ ସୁଜିତ ସାହୁ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ। ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଙ୍କ ମାଝୀ, ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଓ ଯୁବ ସମାଜସେବୀ ଲିଙ୍ଗରାଜ ସାହୁ ମଧ୍ୟ ଏଥିରେ ଉପସ୍ଥିତ ରହି ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ କରିଥିଲେ। ମନ୍ଦିରର ପୂଜାରୀ ତଥା ସଭାପତି ପ୍ରହଲାଦ ସାହା, ସମ୍ପାଦକ ବେଣୁଧର ବାରିକଙ୍କ ସମେତ ଧର୍ମେନ୍ଦ୍ର ସାହା, ଧରଣୀ ଗୌଡ, ଭକ୍ତରାମ ବାରିକ, ବାବୁଲାଲ ବାରିକ, ଝସକେତନ ସାହା, ଚତୁର୍ଭୁଜ, ଉମେଶ, ହୃଦାନନ୍ଦ, ଅମରେଶ, ଭବାନୀ, ହିମାଞ୍ଚଳ ଓ ହରପ୍ରସାଦ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବିଶେଷକରି ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବୃକ୍ଷରୋପଣରେ ସାମିଲ ହୋଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।
ଶେଷରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ଅତିଥି, ବନ ବିଭାଗର କର୍ମଚାରୀ, ଶିକ୍ଷକ, ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଏଭଳି ପରିବେଶ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦିଆଯାଇଥିଲା।
ଶ୍ରୀ ରାମେଶ୍ୱର ଶିବ ମନ୍ଦିରଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ











Leave a Reply