କେସିଙ୍ଗା, ୩୧/୮ (ପ୍ରଫୁଲ୍ଲ ସାହୁ): କେସିଙ୍ଗା ପୋଲିସ ପକ୍ଷରୁ କିକିଆ ଗ୍ରାମରେ ନିଶାମୁକ୍ତି ଅଭିଯାନ ଓ ସାଇବର କ୍ରାଇମ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜରୁ ନିଶା ସେବନକୁ ଦୂର କରିବା ସହ ସାଇବର ଠକେଇ ପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କେସିଙ୍ଗା ଆଦର୍ଶ ଥାନାର ଆଇଆଇସି ଜିତେନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ନିଶା ଯୁବପିଢ଼ୀଙ୍କ ଭବିଷ୍ୟତକୁ ନଷ୍ଟ କରିବା ସହ ପରିବାର ଓ ସମାଜ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ତେଣୁ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେମାନେ କହିଥିଲେ।
ଏହାସହ ସାଇବର କ୍ରାଇମ ଓ ଅନଲାଇନ ଠକେଇର ବିଭିନ୍ନ ଉପାୟ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଅଜଣା ଫୋନ କଲ୍, ଓଟିପି ସେୟାର କରିବା, ଭୁଆ ଲିଙ୍କରେ କ୍ଲିକ କରିବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ହେଉଥିବା ଠକେଇରୁ କିପରି ସୁରକ୍ଷିତ ରହିବେ ସେନେଇ ପରାମର୍ଶ ଦିଆଯାଇଥିଲା।
କିକିଆରେ ପୋଲିସ ପକ୍ଷରୁ ନିଶାମୁକ୍ତି ଓ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ











Leave a Reply