କେସିଙ୍ଗା- ୨୫/୭.(ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର କୁ ପହଞ୍ଚିଛନ୍ତି ତିନି ଠାକୁର । ବାହୁଡା ଯାତ୍ରା ର ଦ୍ଵିତୀୟ ଦିନ ରେ ଶନିବାର ମହା ସମାରୋହରେ ପାଳିତ ହୋଇ ଯାଇଛି।ବୈଦ୍ୟରାଜ ସଦାନନ୍ଦ ପୁଟେଲ ଶ୍ରୀ ଜଗନ୍ନାଥଙ୍କ ତିନି ବିଗ୍ରହଙ୍କ ଛେରାପହଁରା କରିଥିଲେ।ଛେରାପହଁରା ସରିବା ପରେ ରଥ କୁ ତିନି ବିଗ୍ରହ କୁ ଚଢାଇ ଥିଲେ।ଗୁଣ୍ଡିଚା ମନ୍ଦିର ଠାରୁ ରଥ କୁ ଗୋଟିଏ ପଟେ ମହିଳା ଓ ଅନ୍ୟ ପଟେ ପୁରୁଷ ଯୁବକ ମାନେ ଶ୍ରୀଜଗନ୍ନାଥ ମନ୍ଦିର ଯାଏ ଟାଣି ନେଇଥିଲେ।ଏହି ବାହୁଡା ଯାତ୍ରା ରେ ବିଭିନ୍ନ ଅଞ୍ଚଳ ରୁ ମହିଳା କୀର୍ତ୍ତନ ଦଳ ,ଡିଜେ, କୀର୍ତ୍ତନ ଦ୍ୱାରା ନାଚ ଗୀତ ଦ୍ୱାରା ବାହୁଡା ଯାତ୍ରା ଟଣା ଯାଇଥିଲା।ଅତି ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ରାସ୍ତା ର ଉଭୟ ପାର୍ଶ୍ଵରେ ଦୂର ଦୁରନ୍ତ ରୁ ବିଭିନ୍ନ ଦୋକାନ, ବଜାର ଲାଗି ଥିଲା।ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ସମା ବେଶ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇ ଥିଲା
କାଣ୍ଡେଲ ରେ ବାହୁଡା ଯାତ୍ରାର ଦ୍ଵିତୀୟ ଦିନରେ ମହାସମାରୋହ ରେ ବାହୁଡା ଯାତ୍ରା ପାଳିତ











Leave a Reply