ବିଦ୍ୟୁତ ବନ୍ଦ, ବଢ଼ିଲା ରୋଗୀଙ୍କ ଦୁର୍ଦ୍ଦଶା; ପ୍ରଶାସନକୁ ନେଇ ଅସନ୍ତୋଷ

କଳାହାଣ୍ଡି-୧/୭(ସମୃଦ୍ଧି ଓଡିଶା) କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିବା ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଚରମ ହଇରାଣର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ଗୁରୁତର ରୋଗୀଙ୍କ ଚିକିତ୍ସା ନେଇ ଚିନ୍ତା ବଢ଼ିଥିବା ବେଳେ, ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ଓ ସେମାନଙ୍କ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ରୋଗୀଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାର ସର୍ବବୃହତ ସରକାରୀ ଚିକିତ୍ସାଳୟରେ ବିଦ୍ୟୁତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯଦି କୌଣସି ଗୁରୁତର ରୋଗୀଙ୍କ ଜୀବନହାନି ଘଟେ, ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ, ରକ୍ତଦାନ ପାଇଁ ଆସିଥିବା ରକ୍ତଦାତାମାନେ ମଧ୍ୟ ବିଦ୍ୟୁତ ସମସ୍ୟା ଯୋଗୁଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ବେଡ଼ ନମିଳିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ମନେ ପକାଇ ଚିକିତ୍ସାଳୟରେ ବାରମ୍ବାର ଅବ୍ୟବସ୍ଥା ଦେଖାଯାଉଥିବା ନେଇ ସାଧାରଣ ଲୋକ ଅଭିଯୋଗ କରିଛନ୍ତି।
ଏନେଇ ସିଡିଏମଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଇଡି ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କର୍ମଚାରୀ ଆସିନାହାନ୍ତି। “ମୁଁ ଆଉ କଣ କରିପାରିବି,” ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

Leave a Reply

Your email address will not be published. Required fields are marked *