କେସିଙ୍ଗାର ପୂର୍ବତନ ବିଡିଓ ଶ୍ରୀ ପଦ୍ମନାଭ ପୁରୋହିତଙ୍କୁ GAIL ରେ ରାଜସ୍ୱ ଅଧିକାରୀ ପଦେ ନିଯୁକ୍ତି

କେସିଙ୍ଗା, ୪/୪ (ପ୍ରଫୁଲ୍ଲ ସାହୁ): କେସିଙ୍ଗାର ପୂର୍ବତନ ବିଡିଓ ଓ ଓଡିଶା ପ୍ରଶାସନିକ ସେବା (OAS)ର ସେବାନିବୃତ୍ତ ଅଧିକାରୀ ଶ୍ରୀ ପଦ୍ମନାଭ ପୁରୋହିତଙ୍କୁ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାୟୁ ମନ୍ତ୍ରଣାଳୟ ଅଧୀନରେ ଥିବା ମହାରତ୍ନ କମ୍ପାନୀ Gas Authority of India Limited (GAIL)ରେ ରାଜସ୍ୱ ଅଧିକାରୀ ଭାବେ ଝାରସୁଗୁଡା କାର୍ଯ୍ୟାଳୟ ପାଇଁ ମନୋନୀତ କରାଯାଇଛି।
ଏହି ସୁନାମଧନ୍ୟ କେନ୍ଦ୍ର ସରକାରୀ ଉଦ୍ୟୋଗରେ ତାଙ୍କର ନିଯୁକ୍ତି ସମ୍ବାଦ ପ୍ରଚାର ପାଇବା ପରେ କେସିଙ୍ଗା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ବୁଦ୍ଧିଜୀବୀ, ସମାଜସେବୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶ୍ରୀ ପୁରୋହିତ କେସିଙ୍ଗାରେ ବିଡିଓ ଭାବେ କାର୍ଯ୍ୟରତ ସମୟରେ ବୃଦ୍ଧାଭତ୍ତା, ଜନସେବା ଓ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ଲୋକମାନଙ୍କ ମନରେ ଏକ ସରଳ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଏହି ନୂତନ ଦାୟିତ୍ୱ ପାଇଁ ସ୍ଥାନୀୟ ଲୋକମାନେ ଗର୍ବ ବୋଧ କରୁଛନ୍ତି।

Leave a Reply

Your email address will not be published. Required fields are marked *