କେସିଙ୍ଗା, ୨୬/୭ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି: କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଜଣେ ଉପଭୋକ୍ତା କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।
ବାଲସି ଗ୍ରାମର କୌଶିକ ସାହୁଙ୍କ କହିବା ଅନୁଯାୟୀ, କମ୍ପାନୀ ପକ୍ଷରୁ ତାଙ୍କ ଘରେ ୩ କିଲୋୱାଟ ସୋଲାର ସିଷ୍ଟମ ସ୍ଥାପନ କରାଯାଇଥିଲା। ଏଥିପାଇଁ ସେ ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ଋଣ ନେଇଥିଲେ। କିନ୍ତୁ ସୋଲାର ସିଷ୍ଟମ ଲାଗିବାର ପ୍ରାୟ ୮ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ମିଳିନଥିବାରୁ ସେ ସୋଲାରର ସୁବିଧା ପାଇପାରୁ ନାହାନ୍ତି। ଏହା ସହ ଋଣର କିସ୍ତି ନିୟମିତ ଭାବେ ପରିଶୋଧ କରିବାକୁ ବାଧ୍ୟ ହେଉଥିବାରୁ ସେ ଆର୍ଥିକ ସଙ୍କଟରେ ପଡ଼ିଥିବା କହିଛନ୍ତି। ଅଭିଯୋଗ ଅନୁସାରେ, କମ୍ପାନୀର ରିଲେସନଶିପ୍ ମ୍ୟାନେଜର ହରେକୃଷ୍ଣ ସାହୁ ଓ ସୁପରଭାଇଜର ସୁନୀଲ ବାଲ ଘର ଘର ବୁଲି ସୋଲାର ଲଗାଇବା ପାଇଁ ପ୍ରଚାର କରିଥିଲେ। ସିଷ୍ଟମ ସ୍ଥାପନ ପରେ ବାରମ୍ବାର ଯୋଗାଯୋଗ କରିଲେ ମଧ୍ୟ ସେମାନେ ଫୋନ୍ ରିସିଭ୍ କରୁନଥିବା ଏବଂ କେବେ କେବେ “ଦୁଇରୁ ଚାରି ଦିନ ମଧ୍ୟରେ କାମ ସରିଯିବ” ବୋଲି କହି ସମୟ ଗଡ଼ାଉଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁଯାୟୀ, ସୋଲାର ପ୍ୟାନେଲ, ଇନଭର୍ଟର ପରୀକ୍ଷା, ରିପୋର୍ଟ ଓ ଅନ୍ୟାନ୍ୟ ପ୍ରକ୍ରିୟା ୩ରୁ ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରି ବିଦ୍ୟୁତ ସଂଯୋଗ ଦିଆଯିବା ପରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ଏହି ଘଟଣାରେ ୮ରୁ ୯ ମାସ ବିତିଯାଇଥିଲେ ମଧ୍ୟ ସଂଯୋଗ ନ ମିଳିବାରୁ ଉପଭୋକ୍ତା ନ୍ୟାୟ ଦାବି କରିଛନ୍ତି। ଇନଭେଟର ଖରାପ ହୋଇଛି ୨,୩ ଦିନ ମଧ୍ୟରେ ଲାଗିଯିବ ବୋଲି ମେନେଜର ପ୍ରକାଶ କରିଥିଲେ ।
କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ











Leave a Reply