କେସିଙ୍ଗା ବିଜେପି କର୍ମୀ ଙ୍କ ସହ ନୂତନ ଟ୍ରେନ ଚଳାଚଳ ଖୁସି ରେ ସାମିଲ୍ ହେଲେ ସାଂସଦ ମାଳବିକା ଦେବୀ

କେସିଙ୍ଗା-୧୪/୫ (ପ୍ରଫୁଲ୍ଲ ସାହୁ) କେସିଙ୍ଗା ବାସୀ ଙ୍କ ବହୁତ ବର୍ଷ ର ସ୍ୱପ୍ନ କେସିଙ୍ଗା ରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଆସନ୍ତା କିଛି ଦିନରେ ପୂରଣ ହେବ | ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ। କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି। ଏହି ଟ୍ରେନଟି ପୁରୀରୁ ସମ୍ବଲପୁର.ଟିଟିଲାଗଡ. କେସିଙ୍ଗା.ରାୟଗଡ ଦେଇ କୋରାପୁଟ ଯିବ। ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ। ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର,ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ ମଙ୍ଗଳବାର,ଶୁକ୍ରବାର ଓ ରବିବାର ଦିନ ବାହାରିବ। ଏହି ଅବସରରେ ଆଜି କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡା ଙ୍କ ନେତୃତ୍ଵରେ ଏକ ଚା ପେ ଚର୍ଚା କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ସାମିଲ ହେଇଥିଲେ | ଏହି ନୂତନ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି ମାଳବିକା ଦେବୀ ଓ ପୂର୍ବତନ ନଗର ସଭାପତି ବିର୍ଦ୍ଧି ଜୈନ ପ୍ରଶ୍ନ ର ଉତ୍ତର ରେ କହିଲେ ଅତି ଶୀଘ୍ର କୋଣାର୍କ ସ୍ପିଙ୍ଗ୍ ମିଲ୍ସ ର ପୁନଃଉଦ୍ଧାର ହେବ | କେସିଙ୍ଗା ନଗର ସମସ୍ତ ସଂଗଠନ ଓ କେସିଙ୍ଗା ବାସୀ ଙ୍କ ପ୍ରଚେଷ୍ଟା ରେ ହିଁ ଆଜି ଏହି ଖୁସି ଦିନ କେସିଙ୍ଗା ବାସି ଙ୍କ ପାଇଁ ଆସିଛି ବୋଲି କହିଲେ ଜିଲ୍ଲାସଭାପତି ଯୁଗଳକିଶୋର ପୋଢ଼ | ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନମିତା ରାଣୀ ସାହୁ କେସିଙ୍ଗା ବାସୀ ଙ୍କୁ ଧନ୍ୟବାଦ ଅର୍ପଣ କରିଲେ । ଏହିକାର୍ଯ୍ୟକ୍ରମ କୁ ସଞ୍ଚାଳନକରିଥିଲେ ସମ୍ପାଦକ ଯୁଗଳ କିଶୋର ଦୀପ ଓ ଉପସ୍ଥିତ ଥିଲେ କେସିଙ୍ଗା ନଗର ତଥା କେସିଙ୍ଗା ବ୍ଲକ ର ସମସ୍ତ ବିଜେପି କର୍ମୀ ।

Leave a Reply

Your email address will not be published. Required fields are marked *