କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନରେ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପରମେଶ୍ୱର ଫୁଙ୍କାୱାଲ ଆଜି ବ୍ୟାପକ ପରିଦର୍ଶନ କରିଛନ୍ତି। ଯାତ୍ରୀ ସୁବିଧା, ସୁରକ୍ଷା ବ୍ୟବସ୍ଥା ଓ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ ସମ୍ବଲପୁର ରେଳ ମଣ୍ଡଳର ବିଭିନ୍ନ ଷ୍ଟେସନର ସମୀକ୍ଷାର ଏକ ଅଂଶ ବୋଲି ରେଳପଥ ପକ୍ଷରୁ କୁହାଯାଇଛି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଜେନେରାଲ ମ୍ୟାନେଜର ପରମେଶ୍ୱର ଫୁଙ୍କାୱାଲ କେସିଙ୍ଗା ରେଳ ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ସହ ସମ୍ବଲପୁର ରେଳ ମଣ୍ଡଳର ଡିଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ସେ ଷ୍ଟେସନର ୧, ୨, ୩ ଓ ୪ ନମ୍ବର ପ୍ଲାଟଫର୍ମ ବୁଲି ଦେଖିବା ସହ ଯାତ୍ରୀ ସୁବିଧାର ସମୀକ୍ଷା କରିଥିଲେ। ବିଶେଷ କରି ଟିକେଟ କାଉଣ୍ଟର, ବୁକିଂ କାଉଣ୍ଟର, ଉଚ୍ଚ ଶ୍ରେଣୀ ପ୍ରତୀକ୍ଷାଳୟ, ଅତିଥି ଗୃହ, ବିଶ୍ରାମ ଗୃହ, ଲିଫ୍ଟ, ସିଡ଼ି ଓ ବିଦ୍ୟୁତୀକରଣ ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ଷ୍ଟେସନରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଏବଂ ଯାତ୍ରୀ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ଶେଷରେ ଜେନେରାଲ ମ୍ୟାନେଜର ଗଣମାଧ୍ୟମ ସହ ଆଲୋଚନା କରି କେସିଙ୍ଗା ରେଳ ଷ୍ଟେସନରେ ଯାତ୍ରୀ ସୁବିଧା ବୃଦ୍ଧି, ସୁରକ୍ଷା ଓ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଥିବା କହିଥିଲେ।
ଜେନେରାଲ ମ୍ୟାନେଜର ରେଳୱେ ଙ୍କ କେସିଙ୍ଗା ଷ୍ଟେସନ ପରିଦର୍ଶନ











Leave a Reply