କେସିଙ୍ଗା – ୦୧/୦୭ ସମୃଦ୍ଧି ଓଡିଶା) କେସିଙ୍ଗା ସହର ଏବଂ ସମସ୍ତ ଗ୍ରାମାଞ୍ଚଳକୁ ନେଇ ଗତ ୨୦୧୬ ରୁ ଗଠନ ହୋଇ ଆସିଥିବା ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ କେସିଙ୍ଗା ଆଜି ନୂତନ କମିଟି ଘୋଷଣା କରିଛି l ସଂଗଠନ ସଭାପତି ଗୋବିନ୍ଦ ବନଛୋରଙ୍କ ସଭାପତିତ୍ୱରେ ମଞ୍ଚାସିନ ଥିଲେ କେସିଙ୍ଗା ସାମ୍ବାଦିକ ମହାସଂଘ ସଭାପତି ଦୟାନିଧି ସୁନାନୀ, ସଂଗଠନ ପୂର୍ବ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଭୋଇ ଓ କେସିଙ୍ଗା ଓକିଲ ସଂଘ ସଭାପତି ଗୁରୁପ୍ରସାଦ ବଗର୍ତ୍ତୀ l ନୂତନ କମିଟିରେ ଉପସଭାପତି ଭାବେ ଶ୍ରୀମତୀ ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ ଏବଂ ରଘୁରାଜ ସିଂହ, ସାଧାରଣ ସମ୍ପାଦକ ରୂପେ ଆଇନଜୀବୀ ଟିକେମନ ଦୀପ, ଏଲ କେ ନାଇଡ଼ୁ, ସମ୍ପାଦକ ରୂପେ ନିକିତା ଜୈନ, ନଳିନୀକାନ୍ତ ପଟନାୟକ, ପ୍ରମୋଦ ଭୋଇ, ଗୀତାଞ୍ଜଳି ଭୋଇ ଏବଂ ରିଷଭ ଜୈନ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ପଟନାୟକ ଏବଂ ସହ କୋଷାଧକ୍ଷ ଭାବେ ଚମ୍ପକ ସାହାଙ୍କ ନାମ ସ୍ଥାନ ପାଇଛି l ଗଣମାଧ୍ୟମ ସେଲ ମୁଖ୍ୟ ଭାବେ ସାମ୍ବାଦିକ ସଂଘ ସଭାପତି ଦୟାନିଧି ସୁନାନୀ, ସହକାରୀ ଭାବେ ଗଜିନ ସାହୁ ସଭ୍ୟ ଭାବେ ମଧୁସୂଦନ ଠାକୁର, ଅର୍ଜୁନ ପୋଢ଼, ମହମ୍ମଦ ଆଗଜାନ, ସତ୍ୟ ମହାନନ୍ଦ ଏବଂ ସୁଜୟ ଦାସ ମହୋଦୟଙ୍କୁ ଚୟନ କରାଯାଇଛି l ସେହିଭଳି ଉପଦେଷ୍ଟା କମିଟି ଅଧ୍ୟକ୍ଷ ଭାବେ ଚିତ୍ତରଞ୍ଜନ ଭୋଇ ଏବଂ ସହକାରୀ ଭାବେ ଗୁରୁପ୍ରସାଦ ବଗର୍ତ୍ତୀଙ୍କୁ ସଭ୍ୟ ଭାବେ ସନ୍ତୋଷ ସାହୁ, ପ୍ରହଲ୍ଲାଦ ସା, କୃଷ୍ଣଚନ୍ଦ୍ର ସାହୁ, ମହେନ୍ଦ୍ର ନାଏକ, କେଶବ ଚନ୍ଦ୍ର ଭୋଇ, ଗୁରୁ ପାଢ଼ୀ, ଦେବେନ୍ଦ୍ର ଭୁଜବଲ, ଶ୍ରୀନିବାସ ନାଇଡୁ, ଉମାଶଙ୍କର ସାହୁ ଜଗ ମୋହନ ସାହୁ, ଜାକିର ହୁସେନ, ରଘୁରାଜ ସିଂହ, ହର୍ଷ ମାଝୀ ଆଦିଙ୍କ ନାମ ସ୍ଥାନ ପାଇଛି l ସେହିଭଳି କାର୍ଯ୍ୟକାରୀ କମିଟିରେ ଶ୍ରୀନିବାସ ନାଇଡ଼ୁ, ପ୍ରଶାନ୍ତ ବାନାର୍ଜୀ, ବସନ୍ତ ନାଏକ, ମାହେନ୍ଦ୍ରୀ ସାହୁ, ରାଜକୁମାରୀ ସରାଫ, ରିଷଭ ଜୈନ, ରଞ୍ଜନ ବେହେରା, ମୋହନ ନାଏକ, ଗୀତାଞ୍ଜଳି ବରିହା, ଜାକିର ହୁସେନ ଏବଂ ନୀଳ ମହଲାଙ୍କ ନାମ ଘୋଷଣା ହୋଇଥିଲା l ବୈଠକରେ ଆଗାମୀ ଦିନରେ ସଂଗଠନ ମଜବୁତ ହେବା ଏବଂ ଅଞ୍ଚଳର ସମସ୍ତ ସମସ୍ୟାକୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ଯୋଗେ ସମାଧାନ କରିବାକୁ ପ୍ରସ୍ତାବକୁ ପାରିତ କରାଯାଇଥିଲା l ବୈଠକକୁ ସାଧାରଣ ସମ୍ପାଦକ ଟିକେମନ ଦୀପ ପରିଚାଳନା କରିଥିଲେ l ଶେଷରେ ବରିଷ୍ଠ କର୍ମକର୍ତ୍ତା ରାମଜୀ ମାତଖଣ୍ଡିଆ ଧନ୍ୟବାଦ ଅର୍ପଣ କଲାପରେ ସଭାକାର୍ଯ୍ୟ ସମାପନ କରାଯାଇଥିବା ମେଡ଼ିଆ ମୁଖ୍ୟ ଦୟନୀଧି ସୁନାନୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି l
ସଚେତନ ନାଗରିକ ମଞ୍ଚ କେସିଙ୍ଗା ସଂଗଠନ ନୂତନ କମିଟି ଘୋଷଣା











Leave a Reply